କେବୁଲ ଓ ଡିଟିଏଚ ସେବା ପାଇଁ ଟ୍ରାଇର ନୂଆ ନିୟମ ଲାଗୁ, ସମୟସୀମା ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ : ଟେଲିକମ ରେଗୁଲେଟୋରୀ ଅଥରିଟି (ଟ୍ରାଇ) ପକ୍ଷରୁ ଜାରି ନୂଆ ବ୍ରଡକାଷ୍ଟିଂ ଓ କେବୁଲ ଟିଭି ସର୍ଭିସ ବ୍ୟବସ୍ଥାଲାଗୁ ହେବା ପାଇଁ ଶେଷ ତାରିଖକୁ ଆଉ ମାସେ ଅର୍ଥାତ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବଢାଇଦିଆଯାଇଛି । ଏ ସଂପର୍କରେ ଟ୍ରାଇ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଏହା ଫଳରେ ଉପଭୋକ୍ତାମାନେ ଏବେ ପକାଇଥିବା ସବୁ ସବସ୍କ୍ରିପସନ ପ୍ୟାକ ଜାରି ରହିବ ।

ଗତ ବର୍ଷ ମାର୍ଚ୍ଚ ମାସରେ ଟ୍ରାଇ କେବୁଲ ଟିଭି ଓ ଡିଟିଏଚ ସେବା ପାଇଁ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିବା ବିଷୟରେ ଘୋଷଣା କରିଥିଲା । ଏହି ନୂଆ ବ୍ୟବସ୍ଥା ଅନୁସାରେ ଉପଭୋକ୍ତାମାନେ ନିଜ ଇଚ୍ଛା ଅନୁସାରେ ଚ୍ୟାନେଲ ବାଛିପାରିବେ । ଅର୍ଥାତ ଯେତୋଟି ଚ୍ୟାନେଲ ଦେଖିବେ ସେତିକି ପାଇଁ ଅର୍ଥ ଦେବେ । ଚଳିତ ବର୍ଷ ଜୁଲାଇ ୩ରେ ମଧ୍ୟ ଏହି ବିଜ୍ଞପ୍ତିକୁ ପୁଣି ଥରେ ପ୍ରକାଶ କରାଗଲା ଓ ଏହି ନୂଆ ବ୍ୟବସ୍ଥା ଲାଗୁ କରିବାକୁ ଡିସେମ୍ବର ୨୮ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । କିନ୍ତୁ ଆଜିି ଟ୍ରାଇ ପୁଣି ଏହି ସମୟ ସୀମାକୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବଢାଇଦେଇଛି ।

ସମ୍ବନ୍ଧିତ ଖବର