ନୂଆଦିଲ୍ଲୀ: କିଛି ଦିନ ତଳେ ଟମାଟୋ ଦାମ୍ ହଠାତ୍‌ ୨୦୦ ଟଙ୍କା ହୋଇଯାଇଥିଲା। ସେହି ସମୟରେ ଦେଶର ବହୁ ଚାଷୀ କୋଟିପତି ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏବେ ଆଉ ଜଣେ ଚାଷୀଙ୍କୁ ନେଇ ସୋସିଆଲ ମିଡିଆରେ ଜୋରସୋର ଚର୍ଚ୍ଚା ହେଉଛନ୍ତି। କେରଳର ଏହି ଯୁବ ଚାଷୀ ଜଣକ ଦାମୀ ଅଡି ଏ୪ କାର୍‌ରେ ଆସି ଏକ ସ୍ଥାନୀୟ ରାସ୍ତାକଡ଼ ବଜାରରେ ଶାଗ ବିକ୍ରି କରୁଛନ୍ତି।

Advertisment

ଏହି ଚାଷୀ ଜଣକଙ୍କ ନାମ ‌ହେଉଛି ସୁଜିତ। ସେ ନିଜ ଜମିରୁ ଶାଗ ସଂଗ୍ରହ କରିବାପରେ ତାହାକୁ ଏକ ଅଟୋରିକ୍ସାରେ ରାସ୍ତାକଡ଼ ବଜାର ପର୍ଯ୍ୟନ୍ତ ଆଣୁଛନ୍ତି। କିନ୍ତୁ ନିଜେ ନିଜର ଦାମୀ ଅଡି ଏ୪ କାର୍‌ରେ ଆସୁଛନ୍ତି। ବଜାରରେ ଏକ ପ୍ଲାଷ୍ଟିକ ପାଲ ବିଛାଇ ତାହା ଉପରେ ଶାଗୁଡ଼ିକ ରଖୁଛନ୍ତି। ସବୁ ଶାଗ ବିକ୍ରି ହେବା ପରେ ନିଜ ଅଡିରେ ବସି ସେ ଚାଲିଯାଉଛନ୍ତି। ଅଡି ଏ୪ ହେଉଛି ଏକ ସେଦାନ ଯାହାର ଦାମ୍ ୪୪ ଲକ୍ଷ ଟଙ୍କାରୁ ୫୨ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ସେଥିରେ ଅନେକ ସୁବିଧାସୁଯୋଗ ରହିଛି।