ବଦଳିବନି ମୋବାଇଲ ନମ୍ବର, ୧୩ ଅଙ୍କ ହେବା କଥା ମିଛ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧ରୁ ମୋବାଇଲ ନମ୍ବର ସଂଖ୍ୟା ୧୦ରୁ ୧୩କୁ ବଢିଯିବାକୁ ନେଇ ଆପଣ ଚିନ୍ତିତ କି ? ଚିନ୍ତାର କୌଣସି କାରଣ ନାହିଁ କାରଣ ଏମିତି କିଛି ହେବ ନାହିଁ । ୧୩ ଟିକିଆ ମୋବାଇଲ ନମ୍ବର ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରରେ ସତ୍ୟତା ନଥିବା ଜଣାଯାଇଛି ।

ଦୂରସଂଚାର ବିଭାଗ ପକ୍ଷରୁ ପ୍ରକାଶିତ ଏକ ନିର୍ଦ୍ଦେଶନାମା ଅନୁସାରେ କେବଳ ମେସିନ-ଟୁ-ମେସିନ (ଏମଟୁଏମ) କମ୍ୟୁନିକେସନ ପାଇଁ ବ୍ୟବହାର ହେଉଥିବା ସିମ୍‌ ନମ୍ବର ୧୩ଟିକିଆ ହେବାକୁ ଯାଉଛି । ଏହି ସିମ ଗୁଡ଼ିକ ସାଧାରଣତଃ ସ୍ୱାପ୍‌ ମେସିନ, ଇଲେକ୍ଟ୍ରିସିଟି ମିଟର, କାର୍‌ ଆଦିରେ ଲାଗିଥାଏ । ଇଣ୍ଟରନେଟ୍‌ ଅଫ ଥିଙ୍କସ (ଆଇଓଟି) ଆସିବା ପରେ ଏହି ବ୍ୟବସ୍ଥା ଆହୁରି ଆଧୁନିକ ହୋଇଛି । ଏବେ ଏମଟୁଏମ ନମ୍ବରଗୁଡ଼ିକ ୧୦ ଟିକିଆ ଅଛି, କିନ୍ତୁ ଆସନ୍ତା ଅକ୍ଟୋବର ୧ରୁ ଏଗୁଡ଼ିକ ୧୩ ଅଂକ ବିଶିଷ୍ଟ ହୋଇଯିବ । ଡିସେମ୍ବର ୩୧ରେ ଏହି ପ୍ରକ୍ରିୟା ଶେଷ ହେବ ।

ଜୁଲାଇ ୧ ପରେ ନୂଆ ଏମଟୁଏମ ସଂଯୋଗ ୧୩ ଅଂକ ବିଶିଷ୍ଟ ଦିଆଯିବ । ଏ ସଂପର୍କରେ ସେଲୁଲାର ଅପରେଟର ଆସୋସିଏସନ ଅଫ ଇଣ୍ଡିଆ ତଥା ବିଭିନ୍ନ ମୋବାଇଲ ଅପରେଟରମାନେ ସ୍ପଷ୍ଟ କରିଛନ୍ତି ।

ସମ୍ବନ୍ଧିତ ଖବର