ମୁମ୍ବାଇ: ୟୁଟ୍ୟୁବ୍ ଦେଖିବା ବେଳେ ମଝିରେ ଆସୁଥିବା ବିଜ୍ଞାପନ ଅଧିକାଂଶ ଲୋକଙ୍କୁ ବିରକ୍ତ କରାଇଥାଏ। ବିଜ୍ଞାପନ ଦେଖିବାକୁ ଇଚ୍ଛା ନଥାଇ ବି ଦେଖିବାକୁ ପଡ଼େ। ଭିଡିଓ ଷ୍ଟ୍ରିମିଙ୍ଗ୍ ପ୍ଲାଟ୍ଫର୍ମ ୟୁଟ୍ୟୁବ୍ରେ ବିଜ୍ଞାପନ୍କୁ ସ୍କିପ୍ ବି କରି ହୋଇଥାଏ। ବିନା ବିଜ୍ଞାପନରେ ଭିଡିଓ ଦେଖିବାର ବି ଏକ ଉପାୟ ରହିଛି। ସେଥିପାଇଁ ଆପଣଙ୍କୁ ୟଟ୍ୟୁବ୍ ପ୍ରିମିୟମ୍ ସବ୍ସ୍କ୍ରିପ୍ସନ୍ ନେବାକୁ ପଡ଼ିବ। ଏଥିସକାଶେ ଆପଣଙ୍କୁ ପ୍ରତି ମାସ ୧୬୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
ମାତ୍ର ଏକ ବାଟ ଅଛି, ଯାହା ଜରିଆରେ ଆପଣ ୧ ବର୍ଷ ପର୍ଯ୍ୟନ୍ତ ୟୁଟ୍ୟୁବ ପ୍ରିୟୟମ୍ ସବ୍ସ୍କ୍ରିପ୍ସନ୍ର ଲାଭ ଉଠାଇ ପାରିବେ। ଏଥିପାଇଁ ଆପଣଙ୍କୁ କମ୍ପାନିର ରେଫ୍ରଲ୍ ପ୍ରୋଗ୍ରାମରେ ଭାଗ ନେବାକୁ ହେବ। ୟୁଟ୍ୟୁବ୍ର ରେଫ୍ରଲ୍ ପ୍ରୋଗ୍ରାମରେ ଭାଗ ନେଇ ୧ ବର୍ଷ ପର୍ଯ୍ୟନ୍ତ ଆପଣ ମାଗଣାରେ ୟଟ୍ୟୁବ୍ ପ୍ରିମିୟମ୍ ସବ୍ସ୍କ୍ରିପ୍ସନ୍ର ଲାଭ ଉଠାଇ ପାରିବେ। କମ୍ପାନି ଏହି କାର୍ଯ୍ୟକ୍ରମ ଜରିଆରେ ଅନ୍ୟ ବ୍ୟବହାରକାରୀଙ୍କୁ ବି ୟଟ୍ୟୁବ୍ ପ୍ରିମିୟମ୍ର ସଦସ୍ୟ ବନାଇବାକୁ ଚାହୁଁଛି।
ୟଟ୍ୟୁବ୍ ପ୍ରିମିୟମ୍ ସବ୍ସ୍କ୍ରିପ୍ସନ୍ ଜରିଆରେ ଆପଣ ୧୫୦୦ ଟଙ୍କା ବଞ୍ଚାଇ ପାରିବେ। ଯଦି ଆପଣଙ୍କୁ ରେଫର୍ କରାଯାଇଛି ୟଟ୍ୟୁବ୍ ପ୍ରିମିୟମ୍ ସବ୍ସ୍କ୍ରିପ୍ସନ୍ ପାଇଁ ତଥାପି ବି ଆପଣ ତାହାର ମଜା ତତ୍କ୍ଷାଣାତ ଉଠାଇ ପାରିବେ ନାହିଁ। ଆପଣଙ୍କୁ ଆଉ୧୨ ଜଣଙ୍କୁ ଏହାକୁ ରେଫର୍ କରିବାକୁ ପଡ଼ିବ। ତାହା ପରେ ଯାଇ ଆପଣ ୟଟ୍ୟୁବ୍ ପ୍ରିମିୟମ୍ ସବ୍ସ୍କ୍ରିପ୍ସନ୍ର ଲାଭ ଉଠାଇ ପାରିବେ। ଅର୍ଥାତ ପ୍ରତ୍ୟେକ ବ୍ୟବହାରକାରୀଙ୍କୁ ଆପଣ ସବ୍ସ୍କ୍ରିପସନ୍ କୋଡରେ ସାଇନ୍ଅପ୍ କରାଇବେ।