ଗ୍ରାହକଙ୍କୁ ‘ଟେକ୍‌ ଏ ବ୍ରେକ୍‌’ ଫିଚର ଦେଲା ୟୁଟ୍ୟୁବ୍‌: ଭିଡ଼ିଓ ମଧ୍ୟରେ ମନଇଚ୍ଛା ନେଇ ପାରିବେ ବିରତି

ନୂଆଦିଲ୍ଲୀ: ୟୁଟ୍ୟୁବ ଏହାର ଗ୍ରାହକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନିୟମିତ ଭାବେ ଏହାର ଫିଚର ସବୁର ଅପଡେସନ କରୁଛି। ବର୍ତ୍ତମାନ ୟୁଟ୍ୟୁବ ଗ୍ରାହକମାନଙ୍କ ପାଇଁ ‘ଟେକ୍‌ ଏ ବ୍ରେକ୍‌’ ନାମରେ ଏକ ନୂତନ ଫିଚର ଲଞ୍ଚ କରିଛି। ଏହି ଫିଚର ଦ୍ୱାରା ଗ୍ରାହକମାନଙ୍କ ପାଇଁ ୟୁଟ୍ୟୁବ୍‌ ଭିଡ଼ିଓ ଦେଖିବା ଆହୁରି ସହଜ ହୋଇଯିବ । ସୂଚନାଯୋଗ୍ୟ ଏହି ଫିଚରକୁ ମୁଖ୍ୟତଃ ଏଣ୍ଡ୍ରୋଏଡ୍‌ ଫୋନକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି।

Mashable

କାରଣ, ‘ଟେକ୍‌ ଏ ବ୍ରେକ୍‌ ଫିଚର’ ଦ୍ୱାରା ଆପଣଙ୍କର ଭିଡ଼ିଓ ଦେଖିବା ଅଧିକ ସୁବିଧାଜନକ ହୋଇଯିବ । ଏହା ଦ୍ୱାରା ଗ୍ରାହକ ୧୨, ୩୦ , ୬୦ ଏବଂ ୧୨୦ ମିନିଟ ମଧ୍ୟରେ ବ୍ରେକ୍‌ ବା ବିରତି ନିର୍ଦ୍ଧାରିତ କରିପାରିବେ । ଏହି ଅପସନ୍‌ ୟୁଟ୍ୟୁବ୍‌ରେ ଯେକୌଣସି ଭିଡ଼ିଓ ଦେଖିବା ସମୟରେ ଆପଣ ବ୍ୟବହାର କରିପାରିବେ । ଏହା ଦ୍ୱାରା ଅପଣ ଯେ କୌଣସି ଡ଼ିଭାଇସ୍‌ କିମ୍ବା ଆପ୍‌କୁ ବନ୍ଦ ମଧ୍ୟ କରିପାରିବେ । ଏହି ଫିଚର ଦ୍ୱାରା ଭିଡ଼ିଓଟି ଠିକ୍‌ ସେତିକି ସମୟର ବିରତିରେ ପରେ ଆପେ ଆପେ ସେହି ସ୍ଥାନରୁ ଆରମ୍ଭ ହୋଇଯିବ। ଟେକ୍‌ ଏ ବ୍ରେକ୍‌ ଫିଚରର ସୁବିଧା ଉଠାଇବା ପାଇଁ ତୁରନ୍ତ ଆପଣ ଆପଣଙ୍କର ୟୁଟ୍ୟୁବ୍‌ର ଅପଡ଼େଟ ଭର୍ସନ ଡ଼ାଉନଲୋଡ଼ କରନ୍ତୁ ।
ୟୁଟ୍ୟୁବ୍‌ ଖାଲି ଯେ ଏହି ଫିଚର ଆରମ୍ଭ କରିଛି ତାହା ନୁହଁ; ଏହା ସହ ଡିଜାବଲ ସାଉଣ୍ଡ ଏବଂ ଭାଇବ୍ରେସନ ଭଳି ଫିଚରକୁ ମଧ୍ୟ ଲଞ୍ଚ କରିଛି। ଏହା ଦ୍ୱାରା ୟୁଟ୍ୟୁବ୍‌ରୁ ଆସୁଥିବା ନୋଟିଫିକେସନ୍‌କୁ ନିଜ ହିସାବରେ ବନ୍ଦ ଏବଂ ଚାଲୁ କରିପାରିବେ ଆପଣ ।

ସମ୍ବନ୍ଧିତ ଖବର