ମାତ୍ର ୧୫୦୦ ଟଙ୍କା ଖର୍ଚ୍ଚ କରି ଘରେ ନଥାଇ ବି ସମସ୍ତଙ୍କ ଉପରେ ରଖନ୍ତୁ ନଜର

ନୂଆଦିଲ୍ଲୀ: ବର୍ତ୍ତମାନ ଆପଣ ଘରେ ନଥିବା ବେଳେ ମଧ୍ୟ ଘରର ସୁରକ୍ଷା ବିଷୟରେ ଚିନ୍ତା କରିବାକୁ ପଡିବ ନାହିଁ | କାରଣ ସ୍ପିକର, ଅଡିଓ ସିଷ୍ଟମ ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନୀ ଜେବ୍ରୋନିକ୍ସ ଇଣ୍ଡିଆ ଘରର ସୁରକ୍ଷା ପାଇଁ ଏକ ହୋମ ଅଟୋମେସନ୍ କ୍ୟାମେରା ଲଞ୍ଚ କରିଛି | ନୂତନ ସ୍ମାର୍ଟ ହୋମ୍ ଅଟୋମେସନ୍ କ୍ୟାମେରା ‘ପକେଟ୍-ସ୍ମାର୍ଟ କ୍ୟାମ୍ ୧୦୦’ ର ମୂଲ୍ୟ ମଧ୍ୟ ବହୁତ କମ୍ ରଖାଯାଇଛି | ଜେବ୍ରୋନିକ୍ସ କହିଛି ଯେ ‘ପକେଟ-ସ୍ମାର୍ଟ କ୍ୟାମ ୧୦୦’ ହୋମ ଅଟୋମେସନ କ୍ୟାମେରା ଭାରତ ଏବଂ ଆମାଜନରେ ୧୫୦୦ ଟଙ୍କାରେ ମିଳିବ ।

ଆପଣଙ୍କ ଘର, ଅଫିସ୍ ଏବଂ ଅନ୍ୟାନ୍ୟ ସମ୍ପତ୍ତି ଉପରେ ନଜର ରଖିବା ପାଇଁ ଏହା ଆପଣଙ୍କୁ ସହାୟକ ହେବ | ଜେବ୍ରୋନିକ୍ସ ପକ୍ଷରୁ କୁହାଯାଇଛି ଯେ ଯଦି ଆପଣଙ୍କ ଘରେ କେହି ପିଲା କିମ୍ବା ବୟସ୍କ ଲୋକ ଅଛନ୍ତି, ତେବେ ସେମାନଙ୍କ ଉପରେ ନଜର ରଖିବାକୁ ଏହା ବିଶେଷ ସହାୟକ ହେବ |

ଏହି କ୍ୟାମେରା ଏଚ.୨୬୪ ଭିଡିଓ, ଆଡ଼ଭାନ୍ସ ମୋସନ ଡିଟେକ୍ସନ ସହ ଦୁଇ ମେଗାପିକ୍ସେଲ ରିଜୋଲ୍ୟୁସନ ପ୍ରଦାନ କରିବ | ଏହି କ୍ୟାମେରାରେ ୧୨୮ ଜିବି ପର୍ଯ୍ୟନ୍ତ ମେମୋରୀ କ୍ଷମତା ଥିବାବେଳେ ଉଭୟ ଆଣ୍ଡ୍ରଏଡ଼ ଓ ଆଇଓଏସ ଡିଭାଇସକୁ ସମର୍ଥନ କରିବ |

ସମ୍ବନ୍ଧିତ ଖବର