ଜି ସାର୍ଥକରେ ଆଜି ‘ମୁଁ ତୁମେ ଲକ୍‌ଡାଉନ୍‌’

Advertisment
ଜି ସାର୍ଥକରେ ଆଜି ‘ମୁଁ ତୁମେ ଲକ୍‌ଡାଉନ୍‌’

ଭୁବନେଶ୍ବର: ରଜ ଉପଲକ୍ଷେ ଜି ସାର୍ଥକ ଟିଭି ଚ୍ୟାନେଲରେ ରବିବାର ସନ୍ଧ୍ୟା ୬ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ପ୍ରସାରିତ ହେବ ଏକ ଭିନ୍ନ ଧରଣର ସିନେମା ‘ମୁଁ ତୁମେ ଲକ୍‌ଡାଉନ୍‌’। ଏହି ସିନେମାର ବିଶେଷତ୍ବ ହେଉଛି ଲକ୍‌ଡାଉନ୍‌ରେ ସମ୍ପୂର୍ଣ୍ଣ ଭାବେ ମୋବାଇଲ ‌ଫୋନ୍‌ରେ ଏହାକୁ ସୁଟିଂ କରାଯାଇଛି। ସିନେମା ଶିଳ୍ପରେ ଏଭଳି ସୁଟିଂ ପ୍ରଥମ ବୋଲି କୁହାଯାଉଛି। ଲକ୍‌ଡାଉନ୍‌ ବେଳେ ଗୋଟିଏ ଦମ୍ପତିଙ୍କ ସଂଗରୋଧ ସମୟର ଜୀବନ, ସେମାନେ ସାମ୍ନା କରିଥିବା କଳଙ୍କ ଏବଂ ନୂଆ ପରିସ୍ଥିତିରେ ସେମାନେ କିଭଳି ନିଜକୁ ଖାପ ଖୁଆଇଛନ୍ତି ତାହା ଏହି ସିନେମାରେ ପ୍ରତିଫଳିତ ହୋଇଛି। ସ୍ବାମୀ ଅଭି ଏବଂ ତାଙ୍କ ପତ୍ନୀ ପ୍ରିୟାଙ୍କୁ ନେଇ କାହାଣୀ ଗତିଶୀଳ ହୋଇଛି। ଆର୍ଥିକ ସ୍ଥିତି ଖରାପ ହେବା ପରେ ଅଭି ନିଜର ଚାକିରି ହରାଇଛନ୍ତି। ଏହାପରେ ଉଭୟ ପ୍ରିୟା ଓ ଅଭି ଛାଡ଼ପତ୍ର ପାଇଁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସେମାନେ ଯେଉଁଦିନ ଛାଡ଼ପତ୍ର ପାଇଁ ଆବେଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେହିଦିନ ଲକଡାଉନ୍ ଘୋଷଣା ହୋଇଯାଇଛି। ଫଳରେ ସେମାନେ ପୁଣି ଗୋଟିଏ ଛାତତଳେ ରହିବାକୁ ବାଧ୍ୟ ହୋଇଛନ୍ତି। ଏହା ମଧ୍ୟରେ ସେମାନଙ୍କ ମଧ୍ୟରେ ପୁଣି ଭଲପାଇବା ବଢ଼ିଯାଇଛି। ପ୍ରିୟା ଭୂମିକାରେ ଦୀପିକା ତ୍ରିପାଠୀ ଓ ଅଭି ଭୂମିକାରେ ବିଶ୍ବଭୂଷଣ ପଣ୍ଡା ଅଭିନୟ କରିଛନ୍ତି। ଗୁଡ୍‌ଲି ରଥ ସଂଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ସ୍ବୟମ୍ ପାଢ଼ୀ, ଲିପ୍‌ସା ମହାପାତ୍ର, ଶଶାଙ୍କ ଶେଖର କଣ୍ଠଦାନ କରିଛନ୍ତି। ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଆଲୋକ ରାୟ ଲେଖିଛନ୍ତି। ଦ୍ବୈପାୟନ ମଜୁମଦାର କ୍ୟାମେରା ପରିଚାଳନା ସହ ନିର୍ଦ୍ଦେଶନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe