ଜୀ ସାର୍ଥକର ନୂଆ ଧାରାବାହିକ ‘ସୁଭଦ୍ରା’

ଭୁବନେଶ୍ବର: ପବିତ୍ର ରଥଯାତ୍ରା ପରିପ୍ରେକ୍ଷୀରେ ଆସନ୍ତାକାଲି ଠାରୁ ଜୀ ସାର୍ଥକର ନୂଆ ପୌରାଣିକ ଧାରାବାହିକ ସୁଭଦ୍ରାର ପ୍ରସାରଣ ରାତି ୯ଟାରେ ଆରମ୍ଭ ହେବ। ସୁଭଦ୍ରାଙ୍କୁ ଜଣେ ସାହସୀ ରାଜକୁମାରୀ, ପାଣ୍ଡବ ପରିବାରର ବୋହୂ, ପତ୍ନୀରୁ ମାତା ଓ ମାତାରୁ ଦେବୀ ଯୋଗମାୟାଙ୍କ ଅବତାର ଓ ଅଭିମନ୍ୟୁଙ୍କୁ ଶସ୍ତ୍ର ଶିକ୍ଷା‌ ଦେଇ ଏକ ମହାନ ଯୋଦ୍ଧାରେ ପରିଣତ କରିବାର କାହାଣୀକୁ ଏହି ଧାରାବାହିକରେ ପ୍ରଦର୍ଶିତ କରାଯିବ।ଏ ସମ୍ପର୍କରେ କଂପାନିର କ୍ଲଷ୍ଟର ହେଡ୍‌-ଇଷ୍ଟ୍‌ ସମ୍ରାଟ ଘୋଷ କହିଛନ୍ତି, ଦର୍ଶକଙ୍କ ମନୋରଞ୍ଜନ ପାଇଁ ସେମାନଙ୍କ ମତାମତକୁ ଜୀ ସାର୍ଥକ ସର୍ବଦା ଗ୍ରହଣ କରିଥାଏ। ଏହି କାହାଣୀ ସେଭଳି ଜଣେ ଦର୍ଶକଙ୍କ ମତାମତ ଉପରେ ପ୍ରସ୍ତୁତ କରାଯାଇଛି। ଏହି ଧାରାବାହିକ‌େର ଭିଏଫ୍‌ଏକ୍ସ ଓ ଗ୍ରାଫିକ୍ସ ବ୍ୟବହାର କରାଯାଇଥିବାରୁ ତାହା ପିଲାମାନଙ୍କୁ ମଧ୍ୟ ଆକୃଷ୍ଟ କରିବ ବୋଲି ଜି ସାର୍ଥକର ବ୍ୟବସାୟ ମୁଖ୍ୟ ଅର୍ଘ୍ୟ ରାୟ ଚୌଧୁରୀ କହିଛନ୍ତି।

ସମ୍ବନ୍ଧିତ ଖବର