ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ମାଧ୍ୟମରେ ଷ୍ଟକ୍ କାରବାରକୁ ସହଜ କରିଥିବା ଅନ୍ୟତମ ଷ୍ଟକ୍ ବ୍ରୋକିଂ ସଂସ୍ଥା ‘ଜିରୋଧା’ ପ୍ରତିଷ୍ଠାତା ନୀତୀନ କାମାଥ୍ କିଛିଦିନ ତଳେ ଷ୍ଟ୍ରୋକ୍ର ଶିକାର ହୋଇଥିଲେ। ପିତାଙ୍କ ଦେହାନ୍ତରେ ବିଷାଦ, ଅଳ୍ପ ସମୟ ଶୋଇବା, କ୍ଲାନ୍ତି, ଶରୀରରେ ଜଳୀୟ ଅଂଶର ଅଭାବ ଏବଂ ଅତ୍ୟଧିକ କାମ କରିବା ଏହାର କାରଣ ହୋଇପାରେ ବୋଲି ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି। ମସ୍ତିଷ୍କଘାତ ଲାଗି ତାଙ୍କ ମୁହଁ ସାମାନ୍ୟ ବଙ୍କା ହୋଇଥିବା ଭଳି ମନେହେଉଛି। ସମ୍ପୂର୍ଣ୍ଣ ଭଲ ହେବା ଲାଗି ୩ରୁ ୬ ମାସ ସମୟ ଲାଗିପାରେ।
ଭଲ ହେବା ପ୍ରକ୍ରିୟାରେ ସେ ଟ୍ରେଡ୍ ମିଲ୍ରେ ଚାଲିବା ଆରମ୍ଭ କରିଛନ୍ତି। ନିଜ ସ୍ବାସ୍ଥ୍ୟକୁ ସେ ନିୟମିତ ଅନୁଧ୍ୟାନ କରୁଛନ୍ତି। ତାଙ୍କ ବିଷୟରେ ଜାଣିବା ପରେ ଭାରତପେ ପ୍ରତିଷ୍ଠାତା ଅଶନୀର ଗ୍ରୋଭର ତାଙ୍କୁ ଦେହର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି। କାର୍ଯ୍ୟରୁ କିଛି ସମୟ ବିରତି ନେବାକୁ ସେ ନୀତୀନଙ୍କୁ କହିଛନ୍ତି। ମୋ ବାପାଙ୍କ ଦେହାନ୍ତ ପରେ ମୁଁ ମଧ୍ୟ ସେଭଳି ସମୟ ଦେଇ ଗତିକରିଥିଲି ବୋଲି ଅଶନୀର କହିଛନ୍ତି।