ଜୋଡିଆକ୍‌ ଖୋଲିଲା ନୂଆ ଷ୍ଟୋର୍‌

କଟକ: ପୋଷାକର ଡିଜାଇନ୍‌ କରିବାଠାରୁ ଆରମ୍ଭ କରି ପ୍ରସ୍ତୁତି, ଯୋଗାଣ ଓ ରିଟେଲ୍‌ ବିକ୍ରି ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ରଖିଥିବା ଜୋଡିଆକ୍‌ କ୍ଲଥିଂ କମ୍ପାନି ଲିମିଟେଡ୍‌ (ଜେଡ୍‌ସିସିଏଲ୍‌) ପକ୍ଷରୁ କଟକରେ ଏକ ଫ୍ଲାଗ୍‌ସିପ୍‌ ଷ୍ଟୋର୍‌ ଖୋଲାଯାଇଛି। କଟକ ସହରର ମଙ୍ଗଳାବାଗ କାର୍‌ ପାର୍କିଂ ସମ୍ମୁଖରେ ଖୋଲିଥିବା ଏହି ଷ୍ଟୋର୍‌ରେ ପୁରୁଷମାନଙ୍କ ପାଇଁ ସ୍ବତନ୍ତ୍ର ୩ଟି ପ୍ରମୁଖ ବ୍ରାଣ୍ଡ୍‌ର ସାର୍ଟ ରଖାଯାଇଛି। ବିଭିନ୍ନ ବର୍ଗର ଗ୍ରାହକଙ୍କୁ ସ୍ବତନ୍ତ୍ର ଭାବେ ଲକ୍ଷ୍ୟରେ ରଖାଯାଇ ଏହି ୩ଟି ବ୍ରାଣ୍ଡ୍‌ ପ୍ରସ୍ତୁତ କରାଯାଇଛି। ପ୍ରଥମଟି କର୍ପୋରେଟ୍‌‌ରେ କାର୍ଯ୍ୟରତ ପୁରୁଷମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବାବେଳେ ଦ୍ବିତୀୟଟି ଫେସନପ୍ରେମୀ ପୁରୁଷମାନଙ୍କ ପ‌ାଇଁ ଓ ଜେଡ୍‌-୩ ସେହି ପୁରୁଷମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯେଉଁମାନେ କାର୍ଯ୍ୟକ୍ଷେତ୍ରରେ ଟାଏ ପିନ୍ଧିବାକୁ ଆବଶ୍ୟକ ମଣନ୍ତି ନାହିଁ। କରୋନା ମହାମାରୀ କାରଣରୁ ପ୍ରତ୍ୟେକ ସାର୍ଟ ସହ ମାଗଣା‌ରେ ମାସ୍କ ଦେବାର ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ, ଜୋଡିଆକ୍‌ କମ୍ପାନିର କର୍ପୋରେଟ୍‌ ଅଫିସ୍‌ ମୁମ୍ବାଇଠାରେ ଥିବାବେଳେ ଏହାର ସାମଗ୍ରୀ ଭାରତ ‌ସମେତ ଆମେରିକା, ବ୍ରିଟେନ୍ ଓ ଜର୍ମାନୀ ଭଳି ରାଷ୍ଟ୍ରରେ ବେଶ୍‌‌ ଲୋକପ୍ରିୟ ହୋଇପାରିଛି।

ସମ୍ବନ୍ଧିତ ଖବର