ନୂଆଦିଲ୍ଲୀ: ଆପଣଙ୍କର ମନେଥିବ ନିଶ୍ଚୟ କିଛି ଦିନ ତଳେ ଫୁଡ୍‌ ଡେଲିଭରିଂ ଆପ୍‌ ‘ଜୋମାଟୋ’ର ଜଣେ ଡେଲିଭରି ବୟ ଗ୍ରାହକଙ୍କ ପାଇଁ ନେଇ ଯାଉଥିବା ଖାଦ୍ୟକୁ ଅଧା ରାସ୍ତାରେ ଖୋଲି ଖାଉଥିବାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ତା’ ପରେ ତନାଘନା ଆରମ୍ଭ କରି କମ୍ପାନି ଉକ୍ତ ଡେଲିଭରି ବୟକୁ ଚାକିରିରୁ କାଢ଼ି ଦେଇଥିଲା।

Advertisment

ଏହି ସମସ୍ୟା ସାମ୍ନାକୁ ଆସିବା ପରେ କମ୍ପାନି ପକ୍ଷରୁ ନିକଟରେ ଏକ ଉତ୍ତମ ପଦକ୍ଷେପ ନିଆଯାଇଛି। କର୍ମଚାରୀମାନଙ୍କ ମାନସିକ ଅବସ୍ଥାକୁ ପରଖିବା ସକାଶେ ଜୋମାଟୋ ଏବେ ଜଣେ ମନସ୍ତତ୍ୱବିତ୍‌ଙ୍କୁ ନିୟୋଜିତ କରିଛି। ବିଶେଷ କରି ଏହି ମନସ୍ତତ୍ୱବିତ୍‌ଙ୍କୁ ଡେଲିଭରି ବୟଙ୍କ ସକାଶେ ନିୟୋଜନ କରାଯାଇଛି ବୋଲି ସୂଚନା ରହିଛି।

publive-image

ଏହି ଉଦେଶ୍ୟରେ ଡକ୍ଟର ରୋହିତ ଗର୍ଗଙ୍କୁ ଜୋମାଟୋରେ ନିଯୁକ୍ତି ମିଳିଛି। ପୂର୍ବରୁ ଜୋମାଟୋ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇଥିବା ସେହି ଭିଡିଓରେ ନଜର ଆସିଥିବା ମଦୁରାଇର ଡେଲିଭରି ବୟଙ୍କୁ ଚାକିରିରୁ ବାହାର କରିବା ସହ ଡେଲିଭରି ଖାଦ୍ୟରେ ଟ୍ୟାମ୍ପର ପ୍ରୁଫ୍‌ ପ୍ୟାକେଜିଂ ବ୍ୟବହାର କରିବା ଆରମ୍ଭ କରିଥିଲା।