ନେଟ୍‌ଫ୍ଲିକ୍ସ, ଆମାଜନକୁ ଟକ୍କର ଦେବ ଜୋମାଟୋ, ବଜାରକୁ ଛାଡ଼ିବାକୁ ଯାଉଛି ଭିଡିଓ ଷ୍ଟ୍ରିମିଙ୍ଗ୍‌ ସର୍ଭିସ୍‌

ନୂଆଦିଲ୍ଲୀ : ଆଜିକାଲି ଲୋକଙ୍କ ପାଖରେ ନିଜର ମନୋରଞ୍ଜନ କରିବା ପାଇଁ ଅନେକ ବିକଳ୍ପ ରହିଛି । ପୂର୍ବରୁ କେବଳ ଟିଭି, ରେଡିଓ ଏବଂ ସିନେମାହଲ୍ ଯାଇ ଲୋକେ ନିଜର ମନୋରଞ୍ଜନ କରୁଥିବା ବେଳେ ଏବେ ଲୋକମାନେ ଡିଜିଟାଲ ପ୍ଲାଟ୍‌ଫର୍ମ ଦ୍ୱାରା ମଧ୍ୟ ନିଜର ମନୋରଞ୍ଜନ କରି ପାରୁଛନ୍ତି । ଗୋଟେ ଆପ୍‌ ଇନ୍‌ଷ୍ଟଲ କରିବା ପରେ ଲୋକଙ୍କୁୁ ମନୋରଞ୍ଜନର ଅନେକ ଖୋରାକ୍‌ ମିଳି ଯାଉଛି । ପୂର୍ବରୁ ହଟ୍‌ଷ୍ଟାର, ଜି୫, ସୋନି ଲିଭ୍‌, ନେଟ୍‌ଫ୍ଲିକ୍ସ ଓ ଆମାଜନ୍‌ ପ୍ରାଇମ୍‌ ମାଧ୍ୟମରେ ଲୋକେ ନିଜର ମନୋରଞ୍ଜନ କରୁଥିବା ବେଳେ ଏବେ ଜୋମାଟୋ ମଧ୍ୟ ନିଜର ନୂଆ ଭିଡିଓ ଷ୍ଟ୍ରିମିଙ୍ଗ ଆପ୍ଲିକେସନ୍‌ ଆଣିବାକୁ ଯାଉଥିବା ଜଣାପଡ଼ିଛି ।

ଏ ନେଇ ଏକ ଭିଡିଓ ଟୁଇଟ୍‌ କରି ସୂଚନା ଦେଇଛି ଜୋମାଟୋ । ଟୁଇଟ୍‌ କରାଯାଇଥିବା ଭିଡିଓରେ ଲୋକପ୍ରିୟ ସେଫ୍‌ ସଂଜୀବ କପୁରଙ୍କ ସମତେ ଅନେକ ବଲିଉଡ୍‌ କଳାକାର ନଜର ଆସୁଛନ୍ତି । ଏହି ଭିଡିଓ ଟୁଇଟ୍‌ କରି କ୍ୟାପ୍‌ସନରେ ଲେଖାଯାଇଛି କି, ଆମେ ଏବେ ଭିଡିଓ ବି ବନାଇବୁ । ଜୋମାଟୋ ନିଜର ଏହି ନୂଆ ପ୍ରୋଜେକ୍ଟର ନାଁ ଜୋମାଟୋ ଅରିଜିନାଲ ରଖିଥିବା ଦେଖା ଯାଇଛି ।

ସୂଚନା ମୁତାବକ, ଜୋମାଟୋର ଏହି ନୂଆ ଆପ୍‌ ଏବେ ପ୍ଲେ ଷ୍ଟୋରକୁ ଆସି ନାହିଁ । ତେବେ ଜୋମାଟୋ ନିଜର ପୁରୁଣା ଆପ୍‌କୁ ଅପ୍‌ଡେଟ୍‌ କରିବ, ଯେଉଁଥିରେ ଭିଡିଓ ପାଇଁ ଏକ ଅଲଗା ଅଂଶ ରହିବ । ଏହି ଭାଗରେ ୧୮ଟି ଅରିଜିନାଲ ଏପିସୋଡ୍‌ ଅପ୍‌ଲୋଡ୍‌ କରାଯିବ । ଭିଡିଓର ସମୟ ଅବଧି ୩ରୁ ୧୫ମିନିଟ୍‌ ପର୍ଯ୍ୟନ୍ତ ରହିବ ବୋଲି ଜଣାପଡ଼ିଛି । ଜୋମାଟୋ ପ୍ରାୟ ୨,୦୦୦ପର୍ଯ୍ୟନ୍ତ ଭିଡିଓ ଅପ୍‌ଲୋଡ୍‌ କରିବାର ଯୋଜନା ରଖିଛି ।

ସମ୍ବନ୍ଧିତ ଖବର