ଉବର ଇଟ୍‌ସ୍‌କୁ କିଣିଲା ଜୋମାଟୋ

ନୂଆଦିଲ୍ଲୀ: ଉବରର ଖାଦ୍ୟ ଡେଲିଭରି କମ୍ପାନି ଉବର ଇଟ୍‌ସକୁ ଜୋମାଟୋ କିଣିଛି। ଭାରତରେ ଉବର ଇଟ୍‌ସକୁ ଜୋମାଟୋ ୩୦୦ରୁ ୩୫୦ ନିୟୁତ ଡଲାର ବା ପାଖାପାଖି ୨୫୦୦ କୋଟି ଟଙ୍କାରେ କିଣିଥିବା କୁହାଯାଉଛି। ତେବେ ଆର୍ଥିକ କାରବାର ସମ୍ପର୍କରେ ଦୁଇଟି ଯାକ କମ୍ପାନି ପକ୍ଷରୁ କିଛି କୁହାଯାଇନାହିଁ। ଏହି ଅଧିଗ୍ରହଣ ପରେ ଭାରତରେ ଉବର ଇଟ୍‌ସ ଆଉ କାର୍ଯ୍ୟ କରିବ ନାହିଁ। ଉବର ଇଟ୍‌ସର ରେସ୍ତୋରାଁ, ଡେଲିଭରି ପାର୍ଟନର ଏବଂ ଆପ୍‌ ବ୍ୟବହାରକାରୀମାନଙ୍କୁ ଜୋମାଟୋ ଆପ୍‌କୁ ରିଡାଇରେକ୍ଟ ବା ପଠାଇ ଦିଆଯିବ। ମଙ୍ଗଳବାରଠାରୁ ଏହା କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର