ନୂଆଦିଲ୍ଲୀ:  ଜୋମାଟୋ ପ୍ରତିଷ୍ଠାତା ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଦୀପନ୍ଦର ଗୋୟଲ ମେକ୍ସିକୋର ଉଦ୍ୟୋଗୀ ଗ୍ରେସିଆ ମୁନୋଜଙ୍କୁ ବିବାହ କରିଛନ୍ତି।ଗୋୟଲଙ୍କ ଏହା ଦ୍ୱିତୀୟ ବିବାହ। ଏହା ପୂର୍ବରୁ ସେ କାଞ୍ଚନ ଯୋଶୀଙ୍କୁ ବିବାହ କରିଥିଲେ, ଯାହାଙ୍କୁ ସେ ଆଇଆଇଟି-ଦିଲ୍ଲୀରେ ପଢିବା`ସମୟରେ ଭେଟିଥିଲେ।

Advertisment

ସୂଚନାଯୋଗ୍ୟ, ଦୀପନ୍ଦର ଏବଂ ଗ୍ରେସିଆଙ୍କ ବିବାହ ଏକ ମାସ ପୂର୍ବରୁ ଶେଷ ହୋଇଯାଇଛି। ଦୀପନ୍ଦର ଗୋୟଲଙ୍କ ଦ୍ବିତୀୟ ପତ୍ନୀ ଗ୍ରେସିଆ ମୁନୋଜ ଜଣେ ପୂର୍ବତନ ମଡେଲ ଯିଏ ବର୍ତ୍ତମାନ ନିଜର ବିଳାସପୂର୍ଣ୍ଣ ଉତ୍ପାଦ ଷ୍ଟାର୍ଟଅପରେ କାମ କରୁଛନ୍ତି।

ଦୀପନ୍ଦର ଗୋୟଲ ଏବଂ ଗ୍ରେସିଆ ମୁନୋଜ ଫେବୃଆରିରେ ହନିମୁନରୁ ଫେରିଥିଲେ। ମୁନୋଜ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ ସେ ମେକ୍ସିକୋରେ ଜନ୍ମଗ୍ରହଣ କରିଥିବା ବେଳେ ବର୍ତ୍ତମାନ ଭାରତରେ ଘରେ ଅଛନ୍ତି।

ଜାନୁଆରିରେ ମୁନୋଜ ତାଙ୍କ ଦିଲ୍ଲୀ ଭ୍ରମଣର ଫଟୋ ମଧ୍ୟ ସେୟାର କରିଥିଲେ। ମୁନୋଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ମୋ ନୂଆ ଘରେ ନୂଆ ଜୀବନର କିଛି ଝଲକ।

ଜୋମାଟୋ ପ୍ରତିଷ୍ଠାତା ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଦୀପନ୍ଦର ଗୋୟଲ ୨୦୦୮ ମସିହାରେ ନିଜର କୋଠାରେ ଜୋମୋଟୋ ବ୍ୟବସାୟ ଆରମ୍ଭ କରିଥି‌ଲେ। ତାଙ୍କର ଏହି ବ୍ୟବସାୟ ଆଜି ଖୁବ ସଫଳତା ପାଇଛି। ଏହି ସଫଳତା ଦୀପନ୍ଦର ଗୋୟଲଙ୍କୁ ସହଜରେ ମିଳିନାହିଁ ଏଥିପାଇଁ ତାଙ୍କୁ ଖୁବ ସଂଘର୍ଷ କରିବାକୁ ପଡ଼ିଛି।