ଟଙ୍କା ଫେରସ୍ତ ପାଇବା ପାଇଁ ଜୋମାଟୋର କଷ୍ଟମର କେୟାରକୁ କଲ୍‌ କରିବା ପରେ ଆକାଉଣ୍ଟରୁ ଖାଲି ହୋଇଗଲା ଟଙ୍କା !

ନୂଆଦିଲ୍ଲୀ : ଯଦି ଆପଣ ଅନ୍‌ଲାଇନ ଖାଦ୍ୟ ଡେଲିଭର କରୁଥିବା କମ୍ପାନୀ ଜୋମାଟୋରୁ ଖାଇବା ଅର୍ଡର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ବେଙ୍ଗାଲୁରୁର ଜଣେ ମହିଳା ଖାଇବା ଅର୍ଡର କରି ଏବେ ପଶ୍ଚାତାପ କରୁଥିବା ଜଣା ପଡ଼ିଛି । ଟଙ୍କା ଫେରସ୍ତ ପାଇଁ ସେ ଜୋମାଟୋର କଷ୍ଟମର କେୟାର ନମ୍ବରକୁ ଫୋନ କରିଥିବା ବେଳେ ପରେ ତାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଖାଲି ହୋଇ ଯାଇଥିଲା । ଏବେ ତାହା ଜୋମାଟୋର ନକଲି କଷ୍ଟମର କେୟାର ନମ୍ବର ବୋଲି ଜଣା ପଡ଼ିଛି । କାରଣ କମ୍ପାନୀ ନିଜ ଗ୍ରାହକମାନଙ୍କ ସହ ଏଭଳି ହେଉଥିବା ଦେଖି ନିଜ ଆଡ଼ୁ ପୁଲିସରେ ଏତଲା ରୁଜୁ କରିଛି । ଏହା ସହ ଜୋମାଟୋର କୌଣସି କଷ୍ଟମର କେୟାର ନମ୍ବର ନାହିଁ ବୋଲି ସ୍ପଷ୍ଟ କରିଛି ।

होशियारी दिखाई और ठगी का शिकार होने से बचा
oneindia.com

ସୂଚନା ମୁତାବକ, ବେଙ୍ଗାଲୁରୁର ଜଣେ ଜୋମାଟୋରୁ ଖାଇବା ଅର୍ଡର କରିବା ପରେ ଅର୍ଡର ପସନ୍ଦ ନ ଆସିବାରୁ ସେ ଟଙ୍କା ଫେରସ୍ତ ପାଇବାକୁ ଚାହିଁଥିଲେ । ଯାହା ପାଇଁ ସେ ଗୁଗଲରୁ ଜୋମାଟୋର କଷ୍ଟମର କେୟାର ନମ୍ବର ଖୋଜି ଟଙ୍କା ଫେରସ୍ତ ପାଇଁ କହିଥିଲେ । ଯାହା ପରେ ଫୋନ ଉଠାଇଥିବା ଯୁବକଜଣଙ୍କ ୨୪ଘଣ୍ଟା ମଧ୍ୟରେ ଆପଣଙ୍କୁ ଆପଣଙ୍କ ଟଙ୍କା ମିଳିଯିବ ବୋଲି କହିଥିଲେ । ଏହା ସହ ‘ଏନି ଡେସ୍କ’ ନାମକ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ କହିଥିଲେ । ମହିଳାଜଣଙ୍କ ଆପ୍‌ ଡାଉନ୍‌ଲୋଡ୍‌ କରି ଯୁବକଜଣଙ୍କ କହିଥିବା ପ୍ରଣାଳୀ ଅନୁଯାୟୀ ଆପ୍‌ ଖୋଲିଥିଲେ । ଏହାର କିଛି ସମୟ ପରେ ମହିଳାଙ୍କ ଆକାଉଣ୍ଟରେ ଥିବା ଟଙ୍କା ସଙ୍ଗେ ସଙ୍ଗେ ଖାଲି ହୋଇ ଯାଇଥିଲା ।

ସମ୍ବନ୍ଧିତ ଖବର