ଘୁଷୁରୀ ଓ ଗୋମାଂସ ଡେଲିଭର କରିବାକୁ ବାଧ୍ୟ କରୁଛି ଜୋମାଟୋ, ସୋମବାରରୁ ଅନିଶ୍ଚିତ କାଳ ପାଇଁ ଆନ୍ଦୋଳନ କରିବେ ଡେଲିଭରୀ ଅଧିକାରୀ

କୋଲକାତା : ପଶ୍ଚିମବଙ୍ଗର ହାଓ୍ଵଡାରେ ଥିବା ଜୋମାଟୋର ଡେଲିଭରୀ ଅଧିକାରୀମାନେ ସୋମବାରରୁ ଅନିଶ୍ଚିତ କାଳ ପାଇଁ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି । ଇଚ୍ଛା ବିରୋଧରେ କମ୍ପାନୀ ଡେଲିଭରୀ ବଏମାନଙ୍କୁ ଗୋମାଂସ ଓ ଘୁଷୁରୀ ମାଂସ ଡେଲିଭର କରିବାକୁ ବାଧ୍ୟ କରୁଥିବାରୁ ସେମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ଆନ୍ଦୋଳନ ଆରମ୍ଭ କରିବା ପୂର୍ବରୁ ଡେଲିଭରୀ ଅଧିକାରୀମାନେ କହିଛନ୍ତି କି, ଉଭୟ ହିନ୍ଦୁ ଓ ମୁସ୍‌ଲିମ୍‌ ଡେଲିଭରୀ ବଏ ଗୋମାଂସ ଓ ଘୁଷୁରୀ ମାଂସ ଡେଲିଭର କରିବାକୁ ବିରୋଧ କରିଥିଲେ । କିନ୍ତୁ କମ୍ପାନୀ ବାରମ୍ବାର ଗୋମାଂସ ଓ ଘୁଷୁରୀ ମାଂସ ଡେଲିଭର କରିବାକୁ ବାଧ୍ୟ କରୁଥିଲା । ଏବେ ଆମେ ଆନ୍ଦୋଳନରୁ ସେତେବେଳେ ଓହରିବୁ, ଯେତେବେଳେ କମ୍ପାନୀ ଆମମାନଙ୍କ ଦରମା ବଢ଼ାଇବା ସହ ଗୋମାଂସ ଓ ଘୁଷୁରୀ ମାଂସ ଡେଲିଭର କରିବାକୁ ବାଧ୍ୟ ନ କରିବ । ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ଅନେକ ବଡ଼ ବଡ଼ କାରଣ ପାଇଁ ବିବାଦରେ ଛନ୍ଦି ହୋଇଛି ଜୋମାଟୋ ।

ସମ୍ବନ୍ଧିତ ଖବର