ନୂଆଦିଲ୍ଲୀ: କିଛିବର୍ଷ ପୂର୍ବେ ଲୋକେ ବାହାରକୁ ଯାଇ ରେସ୍ତୋରାଁରେ ବସି ଖାଦ୍ୟ ଖାଇବାକୁ ପସନ୍ଦ କରୁଥିଲେ। ଏବେ ବି ଲୋକେ ରେସ୍ତୋରାଁକୁ ଯାଇ ଖାଇବାର ଆନନ୍ଦ ନେଉଛନ୍ତି। କିନ୍ତୁ ପୂର୍ବ ଅପେକ୍ଷା ଏହାର ପରିମାଣ କମିଯାଇଛି। ଏଣିକି ଲୋକମାନେ ବାହାରକୁ ଯିବା ଅପେକ୍ଷା ଘରେ ବସି ଖାଦ୍ୟ ବିତରଣ କମ୍ପାନି ମାଧ୍ୟମରେ ବାହାରୁ ଖାଦ୍ୟ ମଗାଇ ଘରେ ଆରାମରେ ବସି ଖାଇବାକୁ ପସନ୍ଦ କରୁଛନ୍ତି।
ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଖାଦ୍ୟ ବିତରଣ କମ୍ପାନିଗୁଡ଼ିକ ଗ୍ରାହକଙ୍କ ପାଇଁ ନୂତନ ଅଫର ନେଇ ଆସିଥାଆନ୍ତି। ଯାହା ଗ୍ରାହକଙ୍କ ପକେଟରେ ଥିବା ଭାରକୁ ହ୍ରାସ କରିଥାଏ ଏବଂ ସେମାନେ ଘରେ ସୁସ୍ୱାଦ ଖାଦ୍ୟ ପହଞ୍ଚାଇଥାଏ।
ଏହି କ୍ରମରେ ଖାଦ୍ୟ ବିତରଣ କମ୍ପାନି ଜୋମାଟୋ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି । ବର୍ତ୍ତମାନ ଗ୍ରାହକମାନେ ମାତ୍ର ୩୦ ଟଙ୍କାରେ ଜୋମାଟୋ ଗୋଲ୍ଡ ମେମ୍ବରସିପ୍ ହୋଇପାରିବେ।
ଏହି ସଦସ୍ୟତା ଅଧୀନରେ ଗ୍ରାହକମାନେ ୬ ମାସ ପାଇଁ ଅନେକ ବଡ଼ ଲାଭ ପାଇପାରିବେ, ଯେଉଁଥିରେ ମାଗଣା ବିତରଣ, ଆକର୍ଷଣୀୟ ରିହାତି ଏବଂ ସ୍ୱତନ୍ତ୍ର ଅଫର ଅନ୍ତର୍ଭୁକ୍ତ ରହିଛି। ଏହି ଅଫର ବ୍ଲାକ ଫ୍ରାଇଡେ ସେଲ ଆଧାରରେ ଲାଗୁ କରାଯାଇଛି।
ଜୋମାଟୋ ଗୋଲ୍ଡ ମେମ୍ବରସିପ୍ ଅଧୀନରେ ଗ୍ରାହକମାନେ ୭କିଲୋମିଟର ପରିସରରେ ୨୦୦ ରୁ ଅଧିକ ଅର୍ଡର ଉପରେ ମାଗଣା ବିତରଣ ସୁବିଧା ପାଇପାରିବେ। ଏହି ସୁବିଧା ସେହି ରେସ୍ତୋରାଁ ପାଇଁ ଲାଗୁ ହେବ ଯାହା ଜୋମାଟୋର ବିତରଣ ନେଟୱାର୍କର ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଗ୍ରାହକମାନେ ଏହି ଯୋଜନା ମାଧ୍ୟମରେ ସ୍ୱତନ୍ତ୍ର ଅଫର ଏବଂ ରିହାତି ମଧ୍ୟ ପାଇପାରିବେ ।
ଯଦି କୌଣସି ଗ୍ରାହକଙ୍କ ପାଖରେ ପୂର୍ବରୁ ଜୋମାଟୋ ଗୋଲ୍ଡ ସଦସ୍ୟତା ଅଛି, ତେବେ ସୋମାନେ ଏହି ଯୋଜନା କ୍ରୟ କରି ନିଜର ବିଦ୍ୟମାନ ସଦସ୍ୟତାର ବୈଧତାକୁ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ। ପୁରୁଣା ଯୋଜନା ସମାପ୍ତ ହେବା ପରେ ନୂତନ ଯୋଜନା ସ୍ୱୟଂଚାଳିତ ଭାବରେ ଯୋଡି ହୋଇଯିବ।ଯେଉଁମାନେ ନିୟମିତ ଭାବେ ଅନଲାଇନରୁ ଖାଦ୍ୟ ଅର୍ଡର କରନ୍ତି ବିତରଣରେ ଖର୍ଚ୍ଚ କରନ୍ତି ସେମାନଙ୍କ ପାଇଁ ଏହି ଅଫର ଉତ୍ତମ ଅଟେ।