‘ଜୋମାଟୋ’ରୁ ଖାଦ୍ୟ ଅର୍ଡର କରୁଥିଲେ, ଏଣିକି ଅଧିକ ଟଙ୍କା ଦେବେ! କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅନେକଙ୍କୁ ପ୍ରଭାବିତ କରିଛି। ଆଉ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କ୍ରମାଗତ ବୃଦ୍ଧି ପରେ ବର୍ତ୍ତମାନ ଅନଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋ ଏହାର କର୍ମଚାରୀଙ୍କୁ ଦିଆଯାଉଥିବା ପେଟ୍ରୋଲ ବାବଦ ଖର୍ଚ୍ଚ ବଢାଇବାକୁ ନିଷ୍ପତ୍ତି ନେଇଛି | ବାସ୍ତବରେ ଜୋମାଟୋ ଏହାର ଫୁଡ଼ ଡେଲିଭରି କରୁଥିବା ବ୍ୟକ୍ତିଙ୍କୁ ମାସ ଶେଷରେ ପେଟ୍ରୋଲ ବାବଦକୁ ଦେୟ ଦରମାରେ ଦେଇଥାଏ | ତେବେ ପେଟ୍ରୋଲ ମୂଲ୍ୟ ଲଗାତାର ବଢୁଥିବାବେଳେ ଜୋମାଟୋ କର୍ମଚାରୀଙ୍କର ପେଟ୍ରୋଲ ବାବଦ ଖର୍ଚ୍ଚ ବଢାଇନଥିଲା | ଆଉ ପୁରୁଣା ପେଟ୍ରୋଲ ମୂଲ୍ୟ ହିସାବରେ ଖର୍ଚ୍ଚ ଦେଉଥିଲା |

ଯାହାକୁ ନେଇ ଡେଲିଭରି ପାର୍ଟନରମାନେ ସାରା ଦେଶରେ ଧର୍ମଘଟ କରିବା ପରେ କମ୍ପାନୀ ଏହାର ନିଷ୍ପତ୍ତି ବଦଳାଇଛି |ଜୋମାଟୋ ପକ୍ଷରୁ ଗୁରୁବାର କୁହାଯାଇଛି ଯେ ଇନ୍ଧନ ମୂଲ୍ୟରେ ପରିବର୍ତ୍ତନ ଉପରେ ଆଧାର କରି ଏଣିକି ପେଟ୍ରୋଲ ଦେୟ ବାବଦକୁ ଅଧିକ ଅର୍ଥ ଦିଆଯିବ | ଯାହା ଦ୍ୱାରା ଫୁଡ଼ ପାର୍ଟନରମାନେ କ୍ଷତିପୂରଣ ପାଇପାରିବେ।

ସୂଚନା ଥାଉ କି ଜୋମାଟୋରେ ବର୍ତ୍ତମାନ ୧.୫ ଲକ୍ଷରୁ ଅଧିକ ଡେଲିଭରି ପାର୍ଟନର ଅଛନ୍ତି | ଏହି ସଂଖ୍ୟାକୁ ଆହୁରି ବଢାଇବାକୁ କମ୍ପାନୀ ଯୋଜନା କରୁଛି। ତେବେ ‘ଜୋମାଟୋ’ ଡେଲିଭରି ପାର୍ଟନରଙ୍କ ଦରମା ବଢାଇବାକୁ ନିଷ୍ପତ୍ତି ନେଇଥିବାବେଳେ ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡିବ ବୋଲି ଆଶଙ୍କା କରାଯାଉଛି |

ସମ୍ବନ୍ଧିତ ଖବର