‘ଜୋମାଟୋ’ର ବଡ଼ ଘୋଷଣା! କେବଳ ମହିଳାଙ୍କୁ ନୁହେଁ, ଏଣିକି ମାତୃତ୍ୱ ଛୁଟି ପରି ପୁରୁଷଙ୍କୁ ବି ମିଳିବ ୨୬ ସପ୍ତାହର ସବୈତନିକ ଅଭିଭାବକ ଛୁଟି

ନୂଆଦିଲ୍ଲୀ: ଫୁଡ୍‌ ଡେଲିଭରି କମ୍ପାନି ‘ଜୋମାଟୋ’ ତା’ର କର୍ମଚାରୀମାନଙ୍କୁ ୨୬ ସପ୍ତାହର ସବୈତନିକ ଅଭିଭାବକ ଛୁଟି ଦେବାକୁ ଘୋଷଣା କରିଛି। ପରିବାରର ପ୍ରାଧାନ୍ୟ ସବୁବେଳେ ଆଗ ବୋଲି ସୂଚନା ଦେଇ ‘ଜୋମାଟୋ’ର ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ତାଙ୍କ ବ୍ଲଗ୍‌ରେ ଏହି ସୂଚନା ଦେଇଛନ୍ତି।

‘ଜୋମାଟୋ’ର ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦିପିନ୍ଦର ଗୋଏଲ୍‌ ପୋଷ୍ଟ କରି କହିଛନ୍ତି ଯେ ‘ନୂଆ କରି ନିଜର ଶିଶୁକୁ ଦୁନିଆକୁ ସ୍ୱାଗତ କରିବା ବେଳେ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ମିଳୁଥିବା ଛୁଟି ଭିତରେ ମୁଁ ଅନେକ ଅସମାନତା ଅନୁଭବ କଲି। ଯଦି ମହିଳାମାନଙ୍କୁ ୨୬ ସପ୍ତାହର ସବୈତନିକ ମାତୃତ୍ୱ  ଛୁଟି ମିଳୁଛି  ପୁରୁଷମାନଙ୍କୁ ମଧ୍ୟ ମିଳିବା ଉଚିତ। ପୁରୁଷ ଓ ମହିଳା ସବୁ କ୍ଷେତ୍ରରେ ସମାନ ଯେହେତୁ ଆମ କମ୍ପାନି ଅଭିଭାବକ ଛୁଟି କ୍ଷେତ୍ରରେ ବି ସମାନତା ରକ୍ଷା କରିବ।’

Business Today

ସେ ତାଙ୍କ ବ୍ଲଗ୍‌ରେ ଆହୁରି ବି ଉଲ୍ଲେଖ କରିଛନ୍ତି ଯେ କେବଳ ସାଧାରଣ ଅଭିଭାବକଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ନୁହେଁ। ସରୋଗେସି, ପୋଷ୍ୟ ସନ୍ତାନ ଗ୍ରହଣ, ସମଲିଙ୍ଗୀ ସଂପର୍କର କ୍ଷେତ୍ରରେ ବି ଏହି ଛୁଟି କାର୍ଯ୍ୟକାରୀ ହେବ। ଏହି ଛୁଟି ପିଲାକୁ ୬ ମାସ ହେବା ପର୍ଯ୍ୟନ୍ତ ଦିଆଯାଇ ପାରିବ। ଏ ଦିଗକୁ ସରକାର ମଧ୍ୟ ଧ୍ୟାନ ଦେବା ଉଚିତ ବୋଲି ଗୋଏଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର