ତ୍ରୁଟି ଖୋଜି ତାହାର ସମାଧାନ କରିବା ପାଇଁ ହ୍ୟାକର୍ସମାନଙ୍କୁ ୭୦ଲକ୍ଷ ଟଙ୍କା ଦେଲା ଜୋମାଟୋ

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭର କରାଉଥିବା କମ୍ପାନି ଜୋମାଟୋ ହ୍ୟାକର୍ସମାନଙ୍କୁ ୭୦ଲକ୍ଷ ଟଙ୍କା ଦେଇଥିବା ଜଣା ପଡ଼ିଛି । ନିଜ ସଫ୍ଟ ଓ୍ଵରରେ ତ୍ରୁଟି ଖୋଜିବା ଓ ତାକୁ ହଟାଇବା ପାଇଁ କମ୍ପାନି ୪୩୫ହ୍ୟାକର୍ସଙ୍କୁ ୭୦ଲକ୍ଷ ଟଙ୍କା ଦେଇଛି । ଯାହାର ସୂଚନା ହ୍ୟାକରଓ୍ଵାନ ନାମକ ଏକ କମ୍ପାନି ଦେଇଛି ।

ଜୋମାଟୋ ୨୦୧୭ରୁ ହ୍ୟାକରଓ୍ଵାନ ତ୍ରୁଟି ସନ୍ଧାନକାରୀ କାର୍ଯ୍ୟକ୍ରମର ସାହାଯ୍ୟ ନେଇ ୭୭୫ ଅଭିଯୋଗର ସଫଳତା ପୂର୍ବକ ସମାଧାନ କରିଛି । ପ୍ରତି ମାସରେ ଆସୁଥିବା ୫୫ଲକ୍ଷ ୟୁନିକ୍‌ ଭିଜିଟରମାନଙ୍କର ସମ୍ବେଦନଶୀଳ ବିବରଣୀର ସୁରକ୍ଷା ଦାୟିତ୍ୱ ଜୋମାଟୋ ନିଜ ସୁରକ୍ଷା ଟିମ୍‌କୁ ଦେଇଛି । ଯାହା ପାଇଁ ସେ ହ୍ୟାକର୍ସମାନଙ୍କୁ ମୋଟା ଅଙ୍କର ଟଙ୍କା ମଧ୍ୟ ଦେଉଛି ।

Image result for zomato
Hindustan

ସୂଚନା ମୁତାବକ, ମେ’ ୨୦୧୭ରେ ହ୍ୟାକର୍ସମାନେ ଜୋମାଟୋର ଇମେଲ ଆଇଡି ଚୋରି କରିବା ସହ ୧୭ଲକ୍ଷ ପାସ୍‌ଓ୍ଵାର୍ଡ ହ୍ୟାକ୍‌ କରି ଦେଇଥିଲେ । ତେବେ ଗ୍ରାହକଙ୍କ କୌଣସି କ୍ରେଡିଟ୍‌ କାର୍ଡ ଡାଟା ଚୋରି ହୋଇ ନଥିବା ନେଇ ଜୋମାଟୋ ସ୍ପଷ୍ଟ କରିଥିଲା । ଏହା ପରେ ଚୋରି ହୋଇଥିବା ପାସଓ୍ଵାର୍ଡକୁ ରିସେଟ୍‌ କରିବା ସହ ସେମାନଙ୍କୁ ଆପ୍‌ ଏବଂ େଓ୍ଵବ୍‌ସାଇଟ୍‌ର ଲଗ୍‌ ଆଉଟ୍‌ କରାଇଥିଲା । ଏହି ଘଟଣା ପରଠାରୁ କମ୍ପାନି ନିଜ ଗ୍ରାହକଙ୍କ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ନେବା ସହ ୪୩୫ହ୍ୟାକର୍ସଙ୍କୁ କାମରେ ଲଗାଇଛି ।

ସମ୍ବନ୍ଧିତ ଖବର