‘କେବେ କେବେ ଘର ଖାଦ୍ୟ ମଧ୍ୟ ଖାଇବା ଦରକାର’, ଜାଣନ୍ତୁ କ’ଣ ପାଇଁ ଏଭଳି ଟୁଇଟ୍‌ କଲା ଜୋମାଟୋ

ନୂଆଦିଲ୍ଲୀ: ଫୁଡ୍‌ ଡେଲିଭରୀ କମ୍ପାନି ଜୋମାଟୋ ଅନେକ ସମୟରେ ବିବାଦରେ ରହିଥାଏ । ଖାଦ୍ୟର ମାନ ଠିକ ନଥିବା ହେଉ ବା ଭୁଲ ଖାଦ୍ୟ ଡେଲିଭର କରିବା ହେଉ, ଏଭଳି ଅନେକ କାରଣ ପାଇଁ ଜୋମାଟୋ ବିବାଦରେ ରହିଥିବା ବେଳେ ଏବେ ନିଜ ଟୁଇଟ୍‌ ପାଇଁ ଚର୍ଚ୍ଚାରେ ରହିଛି । ଜୁଲାଇ ୩ରେ ଜୋମାଟୋ କରିଥିବା ଟୁଇଟ୍‌ ଏବେ ଭାଇରାଲ ହେବା ସହ ଅନେକ ଅନ୍‌ଲାଇନ ଆପ୍‌ ତାକୁ ନକଲ କରିଥିବା ଦେଖିବାକୁ ମିଳିଛି ।

 ଜୁଲାଇ ୩ରେ ‘କେବେ କେବେ ଘର ଖାଦ୍ୟ ମଧ୍ୟ ଖାଇବା ଦରକାର’ ବୋଲି ଲେଖି ଟୁଇଟ୍‌ କରିଥିଲା ଜୋମାଟୋ । ଯାହା ପରେ ୟୁଟ୍ୟୁବ୍‌ ରି-ଟୁଇଟ୍‌ କରି, ‘କେବେ କେବେ ରାତି ୩ଟାର ଫୋନ ବନ୍ଦ କରି ଶୋଇଯିବା ଦରକାର’ ବୋଲି ଲେଖିଥିଲା । ସେଭଳି ମୋବିଓ୍ଵିକ୍‌ ରି-ଟୁଇଟ୍‌ କରି, ‘କେବେ କେବେ ଧାଡ଼ିରେ ଠିଆ ହୋଇ ବିଜୁଳି ବିଲ୍‌ ଭରିବା ଦରକାର’ ବୋଲି ଲେଖିଥିଲା । ତେବେ ଏଭଳି ଅନେକ ଅଗ୍ରଣୀ ଆପ୍‌ ଗୁଡ଼ିକ ଜୋମାଟୋ ଟୁଇଟ୍‌ରେ ପ୍ରତିକ୍ରିୟା ରଖିଥିବା ବେଳେ ଜୋମାଟୋର ଏଭଳି ଟୁଇଟ୍‌ ନୂଆ ସର୍ଭିସ ଆରମ୍ଭ କରିବା ଆଡ଼କୁ ଇଶାରା କରୁଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

aajtak.intoday.in

ସୂଚନା ମୁତାବକ, କିଛି ଦିନ ତଳେ ଫୁଡ୍‌ ଡେଲିଭରୀ କମ୍ପାନି ସ୍ୱିଗ୍ଗୀ ନିଜ ‘ଡେଲି’ ଆପ୍‌ ଲଞ୍ଚ କରିଥିଲା । ଯାହାଦ୍ୱାରା ଲୋକ ଘରେ ତିଆରି ହେଉଥିବା ଖାଦ୍ୟ ଅର୍ଡର କରି ପାରିବାର ସୁବିଧା ଆରମ୍ଭ କରାଯାଇଥିଲା । ଏହି ଆପ୍‌ ଜରିଆରେ ଘରେ ଖାଦ୍ୟ ତିଆରି କରୁଥିବା ରୋଷେୟା ଏବଂ ଟିଫିନ ସର୍ଭିସ ପ୍ରୋଭାଇଡ଼ର ଲୋକଙ୍କୁ ସବୁଦିନ ଖାଦ୍ୟ ପହଞ୍ଚାଉଛନ୍ତି । ଗତମାସରେ ଏହାକୁ ସ୍ୱିଗ୍ଗୀ ଆରମ୍ଭ କରିଥିବା ବେଳେ ଜୋମାଟୋ ମଧ୍ୟ ସେଭଳି କିଛି କରିବା ଲକ୍ଷରେ ଥିବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର