ନୂଆଦିଲ୍ଲୀ: ଜୋମାଟୋ,ସ୍ୱିଗି,ଉବର ଇଟ୍‌ସ ଓ ଫୁଡ୍‌ ପାଣ୍ଡା ଭଳି ଫୁଡ୍‌ ଡେଲିଭରି କଂପାନି ବିରୁଦ୍ଧରେ ପ୍ରାୟ ୫୦୦ ରେସ୍ତୁରାଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ) ଓ କଂପିଟି ସିନ୍‌ କମିଶନ୍‌ ଅଫ୍‌ ଇଣ୍ଡିଆ(ସି ସି ଆଇ)ଠାରେ ଅଭିଯୋଗ ଆଣିଛନ୍ତି। ଏହି ଛୋଟ ଓ ମଧ୍ୟମ ଆକାରରରେସ୍ତୁରାଁମାନଙ୍କର ଅଭିଯୋଗ ଯେ ଫୁଡ ଡେଲିଭରି ରିହାତି ଦେବା ସହିତ ଇନ୍‌ ହାଉସ୍‌ କିଚେନ ଜରିଆରେ ଖାଦ୍ୟ ଯୋଗାଉଛନ୍ତି।

Advertisment

publive-image
ଭାରତୀୟ ଜାତୀୟ ରେସ୍ତୁରାଁ ସଂଘ (ଏନ୍‌ ଆର ଏ ଆଇ) ସଭାପତି ରାହୁଲ ସିଂହ କହିଛନ୍ତି ଯେ ଫୁଡ ଡେଲିଭରି କଂପାନିମାନେ ଏଫ୍‌ ଡି ଆଇ ଆଇନ୍‌ରେ ଆସୁନାହାଁନ୍ତି। ଏବେ ସି ସି ଆଇ ସେମାନଙ୍କର କାର୍ଯ୍ୟଧାରାର ତଦନ୍ତ କରିବ,କିଛି ସପ୍ତାହ ତଳେ ଫୁଡ ଡେଲିଭରି କଂପାନିମାନଙ୍କ ସହିତ ଏନ୍‌ଆରଆଇର ଏକ ବୈଠକ ହୋଇଥିିଲା। ସ୍ୱିଗି ଲୋକପ୍ରିୟତା ହାସଲ କରିବାପରେ ନିଜର ଇନ୍‌-ହାଉସ କିଚେନ ବାଦଲ୍‌ କଂପାନିର ଶୁଭାରମ୍ଭ କରିଛି। ଜମାଟୋ ବି ଏଭଳି ବ୍ୟବସ୍ଥା ଖୁବ୍‌ ଶୀଘ୍ର ଲାଗୁ କରିବ ବୋଲି ମଧ୍ୟ କୁହାଯାଉଛି। ସେମାନେ ଗ୍ରାହକମାନଙ୍କୁ ଅଧିକ ରିହାତି ଦେଇ ନିଜ କିଚେନରୁ ଖାଦ୍ୟ ଦେବା ଯୋଜନାରେ ଅଛନ୍ତି।