ଚଳିତବର୍ଷ ‌ଶେଷ ସୁଦ୍ଧା ୧୦ ପ୍ରତିଶତ ମହିଳାଙ୍କୁ ଡେଲିଭରି କାର୍ଯ୍ୟ ପାଇଁ ନିଯୁକ୍ତି ଦେବ ଜୋମାଟୋ

ନୂଆଦିଲ୍ଳୀ: ଆପଣ ପ୍ରାୟତଃ ଅନ୍‌ଲାଇନ୍‌ରୁ କିଛି ବରାଦ କଲେ ‘ଡେଲିବଭରି ବୟ’ଙ୍କୁ ଦେଖିଥିବେ। ମାତ୍ର ଏବେ ଜୋମାଟୋ ପକ୍ଷରୁ ଝିଅମାନଙ୍କୁ ପ୍ରୋତ୍ସାହିତ କରିବାକୁ ଏକ ଅଭିନବ ଉପାୟ ଚିନ୍ତା କରାଯାଇଛି। ଏଣିକି ଜୋାମାଟେ ଡେଲିଭରି ପାଇଁ ସର୍ବନିମ୍ନ ୧୦ ପ୍ରତିଶତ ‘ଡେଲିଭରି ଗାର୍ଲ’ ନିଯୁକ୍ତି ଦେବ ବୋଲି ଘୋଷଣା କରିଛି।

ଚଳିତବର୍ଷ ଶେଷ ସୁଦ୍ଧା କମ୍ପାନି ୧୦ ପ୍ରତିଶତ ‘ଡେଲିଭରି ଗାର୍ଲ’ଙ୍କୁ ନିଯୁକ୍ତି ଦେଇ ସାରିଥିବ ବୋଲି ଆଶା ରଖିଛି। କମ୍ପାନି ୨୦୨୧ ଶେଷ ସୁଦ୍ଧା ବିଶେଷ କରି ହାଇଦ୍ରାବାଦ୍‌, ପୁଣେ ଓ ବେଙ୍ଗାଲୁର ପରି ସହରରେ ୧୦ ପ୍ରତିଶତ ମହିଳାଙ୍କ ନିଯୁକ୍ତି ଦେବା କଥା ଚିନ୍ତା କରିଛି।

ଏହି ନିଷ୍ପତ୍ତିକୁ ନେଇ ଜୋମାଟୋର ସହ-ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ତାଙ୍କ ବ୍ଲଗ୍‌ରେ ଉଲ୍ଲେଖ କରିଛନ୍ତି ଯେ ‘ଆମ କର୍ମ କ୍ଷେତ୍ରରେ ଅଧିକ ମହିଳାଙ୍କୁ ଡେଲିଭରି କାମରେ ନିୟୋଜିତ କରିବା ପାଇଁ ଆମେ ପଦକ୍ଷେପ ନେଇଛୁ। ୨୦୨୧ ସୁଦ୍ଧା ୧୦ ପ୍ରତିଶତ ମହିଳାଙ୍କୁ ଏହି କ୍ଷେତ୍ରରେ ସାମିଲ କରିବା ଆମର ଲକ୍ଷ। ଅଧିକ ମହିଳାଙ୍କୁ ଏଥିରେ ସାମିଲ୍‌ କରିବା ସେତେଟା ସସହଜ ନୁହେଁ। ଅଧିିକ ମହିଳାଙ୍କୁ ସାମିଲ୍‌ କରାଇବାକୁ ହେଲେ ଆମ ନୀତିରେ କିଛିଟା ପରିବର୍ତ୍ତନ ଆଣିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର