‘ଜୋମାଟୋ’ ଡେଲିଭରି ବୟଙ୍କ କାରନାମା ପରେ କମ୍ପାନି ନେଲା ଉଚିତ ପଦକ୍ଷେପ, ଏଣିକି ‘ଟ୍ୟାମ୍ପର୍‌ ପ୍ରୁଫ୍‌ ଟେପ୍‌’  ଲଗାଯାଇ ପ୍ୟାକ୍‌ ହେବ ଖାଦ୍ୟ

ନୂଆଦିଲ୍ଲୀ: ନିକଟରେ ମଦୁରାଇଠାରେ ଫୁଡ୍‌ ଡେଲିଭରି ସର୍ଭିସ୍‌ ‘ଜୋମାଟୋ’ର ଡେଲିଭରି ବୟ ଗ୍ରାହକଙ୍କୁ ଦେବାକୁ ନେଉଥିବା ଖାଦ୍ୟକୁ ଅଧା ବାଟରେ ଖୋଲି ଖାଉଥିବାର ଭିଡିଓ ଭାଇରାଲ୍‌ ହେବା ପରେ ଫୁଡ୍‌ ଡେଲିଭରି ସର୍ଭିସ ଉପରୁ ଲୋକେ ଏକ ରକମର ଆସ୍ତା ହରାଇ ବସିଥିଲେ। ଏପରି ନୀଚ କାମ କରିଥିବା ଡେଲିଭରି ବଏ ବିଷୟରେ ଜାଣିବ ପରେ ‘ଜୋମାଟା’ ଉକ୍ତ ଯୁବକଙ୍କୁ ଚାକିରିରୁ ବାହାର କରି ଦେଇଥିଲା। ଗ୍ରାହକମାନଙ୍କ ବିଶ୍ୱସନୀୟତା ନ ହରାଇବା ପାଇଁ କମ୍ପାନି ପକ୍ଷରୁ ଏଣିକି ନୂଆ କରି ‘ଟ୍ୟାମ୍ପର୍‌ ପ୍ରୁଫ୍‌ ଟେପ୍‌’ ବ୍ୟବହାର କରାଯାଇ ଖାଦ୍ୟ ପ୍ୟାକ୍‌ କରାଯିବ ବୋଲି ସୂଚନା ରହିଛି। ଫଳରେ ପ୍ୟାକେଟ୍‌ଟି ଖୋଲା ଯାଇଥିଲେ ଗ୍ରାହକ ସହଜରେ ଅବଗତ ହୋଇ ପାରିବେ। କମ୍ପାନି ପକ୍ଷରୁ କୁହାଯାଇଛି ଯେ ଖାଦ୍ୟ ସହ ପରବର୍ତ୍ତୀ ମୁହୂର୍ତ୍ତରେ କେହି ଏପରି କରିଲେ କମ୍ପାନି ତାକୁ କୌଣସି ମତେ ବି କ୍ଷମା ଦେବା ନାହିଁ। ଆହୁରି ବି କୁହାଯାଇଛି ଯେ ଏପରି ଘଟଣା ସଂପୂର୍ଣ୍ଣ ନୂଆ।

ଉଲ୍ଲେଖଯୋଗ୍ୟ, ନିକଟରେ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ ଭାଇରଲ୍‌ ହୋଇଥିଲା। ଭିଡିଓଟିରେ ଦେଖିବାକୁ ମିଳିଥିଲା ଯେ ‘ଜୋମାଟୋ’ର ଜଣେ ଡେଲିଭରି ବୟ ଗ୍ରାହକଙ୍କ ସକାଶେ ନେଇ କରି ଯାଉଥିବା ଖାଦ୍ୟକୁ ଅଧା ବାଟରେ ଖୋଲି କରି ସେଥିରୁ ଟିକେ ଟିକେ ଖାଇ ଦେଉଥିଲେ। ଡେଲିଭରି ବୟ ଜଣକ ଅଧାବାଟରେ ଗାଡ଼ି ରଖି ଏପରି କରୁଥିବାର ଦେଖିବାକୁ ମିଳିଥିଲା। ଏହି ସମୟର ଦୃଶ୍ୟକୁ କେହି ଜଣେ ଭିଡିଓ ସୁଟ୍‌ କରି ଭାଇରାଲ୍‌ କରି ଦେଇଥିଲେ। ଏହି ଘଟଣା ଚାରି ଆଡ଼େ ଖେଳିଯିବା ପରେ କମ୍ପାନି ପକ୍ଷରୁ ଉକ୍ତ ଯୁବକଙ୍କ ଚାକିରି ନିଆଯିବା ସହ ଏବେ ଏପରି ସମସ୍ୟାର ସମାଧାନ ସକାଶେ ‘ଟ୍ୟାମ୍ପର୍‌ ପ୍ରୁଫ୍‌ ଟେପ୍‌’ ବ୍ୟବହାର କରାଯିବା ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର