ଭୁବନେଶ୍ୱର: ଭୁବନେଶ୍ୱରରେ ଜୁମ୍କାର୍ ଏହାର ସେବା ଆରମ୍ଭ କରିଛି। ଏହା ହେଉଛି ଏଭଳି ଏକ ସଂସ୍ଥା ଯାହା ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ପର୍ଯ୍ୟଟକମାନଙ୍କୁ ଭଡ଼ାରେ କାର୍ ଯୋଗାଇ ଦେଉଛି। ଏହି ସଂସ୍ଥାର ପ୍ରଦାନ କରୁଥିବା ସବୁଠୁ ବଡ଼ ସୁବିଧା ହେଉଛି ଲୋକମାନେ ଗାଡ଼ିକୁ ଭଡ଼ାରେ ନେବା ପରେ ନିଜେ ଗାଡ଼ି ଚଲାଇ ବିଭିନ୍ନ ସ୍ଥାନକୁ ଯାଇପାରିବେ। ଏହା ଲୋକମାନଙ୍କୁ ଅଧିକ ସ୍ୱାଧୀନତା ପ୍ରଦାନ କରିବ। ଆଜି ଏଠାରେ କଂପାନିର ସେବାକୁ ଆରମ୍ଭ କରି କଂପାନିର ସିଇଓ ତଥା ସହ ପ୍ରତିଷ୍ଠାତା ଗ୍ରେଗ୍ ମୋରାନ୍ କହିଛନ୍ତି ଯେ ଭୁବନେଶ୍ୱରକୁ ମିଶାଇ ଆମେ ଭାରତର ୨୭ଟି ମେଟ୍ରୋ ଏବଂ ଅଣ ମେଟ୍ରୋ ସହରରେ ପହଞ୍ଚିଛୁ। ଏବେ ଆମ ପାଖରେ ଫୋର୍ଡ ଫିଗୋଠାରୁ ଆରମ୍ଭ କରି ମାରୁତି ସ୍ୱିଫ୍ଟ , ହୁଣ୍ଡାଇ କ୍ରେଟା, ମହିନ୍ଦ୍ରା ସ୍ପର୍ପିଓ ଏବଂ ଫୋର୍ଡ ଆସ୍ପାୟାର ଭଳି ମଡେଲ୍ର ୨୦ଟି କାର୍ ରହିଛି। ଆଗାମୀ ୬ ମାସ ଭିତରେ ଗାଡ଼ି ସଂଖ୍ୟା ୫୦ରେ ପହଞ୍ଚାଇବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି। ଘଣ୍ଟା ପିଛା ୭୦ ଘଣ୍ଟା ମୂଲ୍ୟରେ ଗ୍ରାହକମାନେ ଗାଡ଼ି ବୁକିଙ୍ଗ କରିପାରିବେ। ଘଣ୍ଟା ପିଛା, ସାପ୍ତାହିକ ଏବଂ ମାସିକ ଭିତ୍ତିରେ ଗାଡ଼ି ବୁକିଙ୍ଗ କରାଯାଇପାରିବ। ଜୁମ୍କାର୍ର ସବୁ ଗାଡ଼ିରେ ଜିପିଏସ୍ ଲଗାଯାଇଛି। ଟିକସ ଏବଂ ବୀମା ଦୃଷ୍ଟିରୁ ସବୁ ଗାଡ଼ି ଯାଞ୍ଚ ହୋଇଛି। ଜୁମ୍୍କାର୍ର େଓ୍ଵବସାଇଟ୍ ଏବଂ ଆପ୍ରେ ସହଜରେ ଗାଡ଼ି ବୁକିଙ୍ଗ କରାଯାଇପାରିବ। ଓଡ଼ିଶାରେ ପର୍ଯ୍ୟଟକମାନେ ପୁରୀ, କଟକ, କୋଣାର୍କ, ଗୋପାଳପୁର ଏବଂ ଚାନ୍ଦିପୁର ଯାତ୍ରା କରିବା ପାଇଁ ଜୁମ୍କାର୍ ସେବା ହାସଲ କରୁଛନ୍ତି। ମୋଟ ବୁକିଙ୍ଗରେ ଛାତ୍ରଛାତ୍ରୀଙ୍କ ଅବଦାନ ୭୦% ପାଖାପାଖି ରହିଛି।
ନିଜେ ଚଲାଇବା ପାଇଁ ଭଡ଼ାରେ ଗାଡ଼ି ଦେବ ‘ଜୁମ୍କାର୍’
/sambad/media/post_attachments/wp-content/uploads/2017/11/zoom.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)