ନୂଆଦିଲ୍ଲୀ: ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ହ୍ବାଟସ୍‌ଆପ୍ ଭଳି ବିଶ୍ବସ୍ତରୀୟ ବ୍ରାଣ୍ଡ୍‌ ପରିଚାଳନା କରୁଥିବା ସଂସ୍ଥା ମେଟାର ମୁଖ୍ୟ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିରେ ହଠାତ ୨୮୧୦ କୋଟି ଡଲାରର ବୃଦ୍ଧି ଘଟିଛି। ତାଙ୍କ ମୋଟ ସମ୍ପତ୍ତି ଏବେ ୧୭,୦୫୦ କୋଟି ଡଲାର ହୋଇଛି। ସେ ବିଶ୍ବ ଧନୀ ତାଲିକାରେ ମାଇକ୍ରୋସଫ୍ଟ ମୁଖ୍ୟ ବିଲ୍ ଗେଟ୍‌ସଙ୍କୁ ଅତିକ୍ରମ କରି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ କମ୍ପାନି ମେଟାର ଆର୍ଥିକ ଫଳାଫଳ ଆଶାଠାରୁ ଅଧିକ ରହିବାରୁ ଷ୍ଟକ୍ ବଜାରରେ ସେୟାର ମୂଲ୍ୟ ବଢ଼ିଛି। ତାହାର ପ୍ରଭାବରେ ଜୁକରବର୍ଗଙ୍କ ସମ୍ପତ୍ତି‌ରେ ବୃଦ୍ଧି ଘଟିଛି।