ନ୍ୟୁୟର୍କ: ଭାରତରେ ଏବେ ବଢ଼ିବାରେ ଲାଗିଛି ଆଣ୍ଡ୍ରଏଡ଼ ମୋବାଇଲ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା | ଦିନକୁ ଦିନ ନୂଆ ନୂଆ ଟେକନୋଲଜି ସହ ପ୍ରତିଯୋଗିତା ଦୋୖଡରେ ମୋବାଇଲ କମ୍ପାନୀମାନେ ସାମିଲ ହେଉଛନ୍ତି | ଏବେ ସାମସଙ୍ଗ ପକ୍ଷରୁ ଏକ ନୂଆ ଫୋନ ଅଣାଯିବ ବୋଲି ଘୋଷଣା କରାଯାଇଛି | ଆମେରିକାରେ ବୁଧବାର ଲଂଚ ହୋଇଯାଇଛି ସାମସଙ୍ଗ ଗାଲାକ୍ସି ନୋଟ ୧୦ |

Advertisment

publive-image Catch News

ଏହି ଅବସରରେ ସାମସଙ୍ଗ ପକ୍ଷରୁ ଘୋଷଣା କରାଯାଇଛି ଯେ ଆସନ୍ତା ଅଗଷ୍ଟ ୨୦ ତାରିଖରେ ଭାରତରେ ଏହି ଫୋନକୁ ଲଞ୍ଚ କରାଯିବ | ଭାରତରେ ଏହି ଫୋନ ଆସନ୍ତା ୨୨ ବା ୨୩ ଅଗଷ୍ଟରୁ ବିକ୍ରି ହେବ | କୁହାଯାଉଛି ଭାରତରେ ଏହି ଫୋନ ୯୮୨୫ ପ୍ରୋସେସର ସହ ଲଞ୍ଚ ହେବ | ଗାଲାକ୍ସି ନୋଟ ୧୦ ସିରିଜରେ ଏଣ୍ଡ୍ରିଦ ୯ ପାଇ ଉପରେ ଆଧାରିତ ଅପରେଟିଙ୍ଗ ସିଷ୍ଟମ ଉପରେ କାର୍ଯ୍ୟ କରିବ |

ଗାଲାକ୍ସି ନୋଟ ୧୦ରେ ୨୫୬ ଯିବି ଷ୍ଟୋରେଜ କ୍ଷମତା ଥିବାବେଳେ ଗାଲାକ୍ସି ନୋଟ ୧୦ ପ୍ଲସରେ ୧୨ ଜିବି ରାମ ସହ ୨୫୬ ଜିବିର ଷ୍ଟୋରେଜ କ୍ଷମତା ରହିବ | ଏଠାରେ ସୂଚନା ଥାଉ କି ଗାଲାକ୍ସି ନୋଟ ୧୦ ପ୍ଲସରେ ୫ଜି ସୁବିଧା ରହିବ | ନୋଟ ୧୦ ପ୍ଲସରେ ୪୩୦୦ ଏମଏଚର ବ୍ୟାଟେରୀ କ୍ଷମତା ରହିବ ସହ ସୁପରଫାଷ୍ଟ ଟେକ୍ନିକ୍ର ବ୍ୟବହାର କରାଯାଇଛି |