ନୂଆଦିଲ୍ଲୀ: ଶିଳ୍ପ ଓ ଉଦ୍ୟୋଗ ଜଗତର ଜଣାଶୁଣା ବ୍ୟକ୍ତିତ୍ବ ତଥା ଆଇଟିସିର ଅଧ୍ୟକ୍ଷ ଯୋଗେଶ ସି. ଦେବେଶ୍ବରଙ୍କର ଆଜି ପରଲୋକ ହୋଇଛି। ମୁଖ୍ୟତଃ ସିଗାରେଟ ନିର୍ମାତା ଭାବେ ଜଣାଶୁଣା ଆଇଟିସିକୁ ଏକ ପ୍ରମୁଖ ଏଫଏମସିଜି, ଆତିଥେୟତା, ଆଇଟି ଭଳି କମ୍ପାନିରେ ପରିଣତ କରିବାରେ ଶ୍ରୀ ଦେବେଶ୍ବରଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ଆଜି ସକାଳେ ଗୁରୁଗ୍ରାମର ଏକ ଘରୋଇ ଚିକିତ୍ସାଳୟରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁର କାରଣ ଯଦିଓ ଜଣାପଡ଼ି ନାହିଁ ତଥାପି କିଛିବର୍ଷ ପୂର୍ବେ ସେ କର୍କଟ ରୋଗରେ ପୀଡ଼ିତ ଥିବା ଚିହ୍ନଟ ହୋଇଥିଲେ। ୨୦୧୭ରେ ସେ ଆଇଟିସିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ସିଇଓ ପଦରୁ ଓହରି ଯାଇଥିଲେ ମଧ୍ୟ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ୧୯୬୮ ମସିହାରେ ସେ ଆଇଟିସିରେ ଯୋଗଦେଇଥିଲେ। ୧୯୮୪ରେ ସେ ଆଇଟିସି ବୋର୍ଡରେ ନିର୍ଦେଶକ ଏବଂ ୧୯୯୬ରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ଅଧ୍ୟକ୍ଷ ହୋଇଥିଲେ। ପଦ୍ମ ଭୂଷଣ ଶ୍ରୀ ଦେବେଶ୍ବରଙ୍କର ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। କର୍ପୋରେଟ୍ ଜଗତରେ ସେ ୱାଇସିଡି ଭାବେ ପରିଚିତ। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।
ଆଇଟିସି ଅଧ୍ୟକ୍ଷଙ୍କ ପରଲୋକ: ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଶୋକ
/sambad/media/post_attachments/wp-content/uploads/2019/05/Untitled-12-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)