ଭୁବନେଶ୍ୱର: ଆପୋଲୋ ହେଲଥ୍ ଆଣ୍ଡ୍ ଲାଇଫ୍୍ଷ୍ଟାଇଲ୍ ଲିମିଟେଡ୍ ପକ୍ଷରୁ ଭୁବନେଶ୍ୱର ଏବଂ ସମ୍ବଲପୁରଠାରେ ସାଟେଲାଇଟ୍ ଲ୍ୟାବ୍ ଖୋଲାଯାଇଛି। ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ମେସିନ୍ ସହିତ ଏଥିରେ ଅନେକ ଉଚ୍ଚମାନର ପ୍ରଯୁକ୍ତି ରହିଛି। ଏହି ନୂତନ ପିଢ଼ିର ଲ୍ୟାବ୍ ଏବଂ ରୋଗୀ ସେବା କେନ୍ଦ୍ର ନୂତନ ଭାବେ ବିକଶିତ ହେଉଥିବା ରୋଗକୁ ଶୀଘ୍ର ଚିହ୍ନଟ କରିବ। ଆପୋଲୋ ଡାଏଗ୍ନୋଷ୍ଟିକ ଆସନ୍ତା ୫ ବର୍ଷ ଭିତରେ ୧୦୦୦ ଲ୍ୟାବ୍ ଏବଂ ୧୦୦୦ ରୋଗୀ ସେବା କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା ରଖିଛି ବୋଲି କଂପାନିର ସିଇଓ ନୀରଜ ଗର୍ଗ କହିଛନ୍ତି।
ଆପୋଲୋ ଡାଏଗ୍ନୋଷ୍ଟିକ୍ସର ନୂଆ ସାଟେଲାଇଟ୍ ଲ୍ୟାବ୍
/sambad/media/post_attachments/wp-content/uploads/2017/10/apo.jpg)