ନୂଆଦିଲ୍ଲୀ : ଅନଲାଇନ୍ ଇ-କମର୍ସ ସଂସ୍ଥା ଆମାଜନ୍ର ବିକ୍ରେତାଙ୍କ ବିକ୍ରିରେ ୨୨୪ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୭ ଗ୍ଲୋବାଲ୍ ଏକ୍ସପୋର୍ଟ ବିଜନେସ୍ ସର୍ଭେରେ ଏହା ଦର୍ଶାଯାଇଛି। ଅନ୍ତର୍ଜାତୀୟ ବଜାରରେ ଭାରତୀୟ ଉତ୍ପାଦର ୫୦୦ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ଭାରତୀୟ ରପ୍ତାନୀକାରୀଙ୍କ ମଧ୍ୟରେ ୩୧୦ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଆମାଜନ ଏକ୍ସପୋର୍ଟ ଡାଇଜେଷ୍ଟ ୨୦୧୭ର ଉନ୍ମୋଚନ ଅବସରରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ବାଣିଜ୍ୟ ସଚିବ ସୁଶ୍ରୀ ରୀତା ତିଓତିଆ, ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ଉନ୍ନୟନ କମିଶନର ତଥା ଅତିରିକ୍ତ ସଚିବ ଶ୍ରୀ ରାଧାମୋହନ ମିଶ୍ର ତଥା ଆମାଜନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତଥିଲେ। ଅଣ-ମେଟ୍ରୋ ସହର ମଧ୍ୟରେ ଇନ୍ଦୋର, ସୁରାଟ, ଅହମ୍ମଦାବାଦ୍, ଗାଜିଆବାଦ୍, ପୁଣେ ଆଦି ସହର ଅନ୍ତର୍ଜାତୀୟ ରପ୍ତାନୀକାରୀ ସହର ମଧ୍ୟରେ ବିଶେଷ ଖ୍ୟାତି ହାସଲ କରିବାକୁ ସକ୍ଷମ ହୋଇପାରିଛି। ବିଭିନ୍ନ ଉତ୍ପାଦ ମଧ୍ୟରେ ହୋମ୍ ଡେକର, ହସ୍ତଶିଳ୍ପ, ଟେପ୍ ଷ୍ଟେରିଜ୍, ବେଡ୍ସିଟ୍, ଡ୍ୟୁଭେଟ୍ କଭର, ଲେଦର ମେସେର ବ୍ୟାଗ୍ ଆଦି ଅଧିକ ରପ୍ତାନୀ ହୋଇଛି । ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ ରପ୍ତାନୀ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ସ୍ଥାନୀତ ହୋଇଛନ୍ତି। ବିଭିନ୍ନ ରପ୍ତାନୀ ସାମଗ୍ରୀ ମଧ୍ୟରେ ହୋମ୍ ଡେକୋର, କିଚେନ୍ ଲିନେନ୍, ଡିନର ୱେର, କପର ମଗ୍, ଇଥିନିକ୍ ୱେର, ୱମେନସ୍ ଆପେରାଲ୍ ଆଦି ରହିଛି। ସେହିପରି ବିଭିନ୍ନ ରପ୍ତାନୀକାରୀ ବ୍ରାଣ୍ଡ୍ ମଧ୍ୟରେ ଅମୁଲ, ଟାଇଟନ୍, ଡାବର,ହିମାଲୟାନ, ମାନ୍ୟବର, ଲିବର୍ଟି ରହିଛି । ସର୍ଭେ ରିପୋର୍ଟ ଅନୁସାରେ ଉତର ଜୋନ୍ରେ ବିକ୍ରି ବୃଦ୍ଧିହାର ୧୧୪ ପ୍ରତିଶତ ରହିଛି। ସେହିପରି ପଶ୍ଚିମ ଜୋନ୍ରେ ୧୧୨ ପ୍ରତିଶତ, ଦକ୍ଷିଣ ଜୋନ୍ରେ ୮୧ ପ୍ରତିଶତ, ପୂର୍ବ ଜୋନ୍ରେ ଏହା ୭୪ ପ୍ରତିଶତ ରହିଛି। ଆମାଜନ୍ ବିକ୍ରେତା ଆମେରିକା, ୟୁରୋପ ଜାପାନ ଆଦି ଅଂଚଳକୁ ବିଭିନ୍ନ ଉତ୍ପାଦ ରପ୍ତାନୀ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ।
ଆମାଜନ୍ରେ ଭାରତୀୟ ରପ୍ତାନିକାରୀଙ୍କ ରପ୍ତାନି ୨୨୪% ବୃଦ୍ଧି
/sambad/media/post_attachments/wp-content/uploads/2017/10/amazon-com-employerbenefits-1406734239405.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)