ନୂଆଦିଲ୍ଲୀ: ଟାଟାର୍ଡ ଆକାଉଣ୍ଟାଣ୍ଟ୍ (ସିଏ)ମାନଙ୍କ ପାଇଁ ନୂଆ ନିୟାମକ ସଂସ୍ଥା ଗଠନ ହେବ। ଏ ସମ୍ପର୍କରେ କମ୍ପାନି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପି ପି ଚୌଧୁରୀ ଶୁକ୍ରବାର ଲୋକସଭାରେ କହିଛନ୍ତି। ଆକାଉଣ୍ଟିଂ ଓ ଅଡିଟିଂ ଷ୍ଟାଣ୍ଡାର୍ଡ ଠିକ୍ ଭାବେ ପାଳନ କରାଯାଉଛି ନା ନାହିଁ ତାହାକୁ ଏହି ନିୟାମକ ସଂସ୍ଥା ନିଶ୍ଚିତ କରିବ। ଅଡିଟ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୃତ୍ତିଧାରୀଙ୍କ ପାଇଁ ମଧ୍ୟ ଏହା କାମ କରିବ। ଆର୍ଥିକ ଅପରାଧକୁ ରୋକିବା ଉପରେ ସରକାର ଗୁରୁତ୍ୱ ଦେଉଥିବାରୁ ଆସନ୍ତା ଜାନୁଆରିରେ ଏହି ସଂସ୍ଥା ଗଠନ ହେବାର ସମ୍ଭାବନା ରହିଛି। ଏହା ହେଲେ ବେନିୟମ କାର୍ଯ୍ୟ କରୁଥିବା ଚାଟାର୍ଡ ଆକାଉଣ୍ଟାଣ୍ଟମାନଙ୍କ ଠାରୁ ଅଧିକ ଜରିମାନା ଆଦାୟ କରିବାର ବାଟ ଫିଟିବ। ଏଥିସହିତ ସେମାନଙ୍କ ବିରୋଧରେ ଅନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବା ସମ୍ଭବ ହେବ। ମାତ୍ର ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଅଫ୍ ଇଣ୍ଡିଆ (ଆଇସିଏଆଇ)ର କହିବାନୁଯାୟୀ, ଏହି ସବୁ କାମ ପାଇଁ ବର୍ତ୍ତମାନ ଯେଉଁ ନିୟମ ରହିଛି ତାହା ଯଥେଷ୍ଟ। ଆଇସିଏଆଇର ଯେଉଁ ଫ୍ରେମ୍ଓ୍ଵାର୍କ ରହିଛି ତାହାକୁ ସ୍ୱତଃ ଚାଟାର୍ଡ ଆକାଉଣ୍ଟାଣ୍ଟ୍୍ମାନେ ପାଳନ କରୁଛନ୍ତି।
ଚାଟାର୍ଡ ଆକାଉଣ୍ଟାଣ୍ଟ୍ଙ୍କ ପାଇଁ ହେବ ନୂଆ ନିୟାମକ ସଂସ୍ଥା
/sambad/media/post_attachments/wp-content/uploads/2017/12/maxresdefault-16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)