ଭୁବନେଶ୍ବର: ‘ଚାନ୍ଦି ଭଣ୍ଡାର’ ଓଡ଼ିଶାର ଏକ ଅନନ୍ୟ ଏବଂ ବୃହତ୍ ରୁପା ଗହଣା ଓ ଉପହାର ସାମଗ୍ରୀ ସୋ’ରୁମ୍। ଏଠାରେ ବିଭିନ୍ନ ପର୍ବ ପାଳନ ଅବସରରେ ସ୍ବତନ୍ତ୍ର ରିହାତି ପ୍ରଦାନ କରାଯାଇଥାଏ। ସାବିତ୍ରୀ ଅମାବାସ୍ୟା ଓ ରଜ ଉପଲକ୍ଷେ ‘ଚାନ୍ଦି ଭଣ୍ଡାର’ ପକ୍ଷରୁ ଚାନ୍ଦି ନିର୍ମିତ ସାମଗ୍ରୀର ଗଢ଼ା ମଜୁରି ଉପରେ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି। ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଫର ଆସନ୍ତାମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୋ’ରୁମ୍ ସୂତ୍ରରୁ ଜଣାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୩ ମସିହାରେ ସହିଦ ନଗରଠାରେ ପ୍ରଥମେ ‘ଚାନ୍ଦି ଭଣ୍ଡାର’ ଖୋଲିଥିଲା। ଦୀର୍ଘ ୬ ବର୍ଷ ମଧ୍ୟରେ ଏହି ସୋ’ରୁମ୍ ଗ୍ରାହକଙ୍କୁ ରୁପାରେ ନିର୍ମିତ ବିଭିନ୍ନ ସାମଗ୍ରୀ ଯଥା ବାସନ, ତାରକସି ଉପହାର, ମୂର୍ତ୍ତି ଓ ବିଭିନ୍ନ ଅଳଙ୍କାର ସୁଲଭ ମୂଲ୍ୟରେ ଯୋଗାଇ ଆସୁଛି। ଠିକ୍ ମୂଲ୍ୟରେ ଶୁଦ୍ଧ ରୁପା ନିର୍ମିତ ସାମଗ୍ରୀ ଯୋଗାଇ ଦେଉଥିବାରୁ ଚାନ୍ଦି ଭଣ୍ଡାର ଗ୍ରାହକଙ୍କ ବିଶ୍ବାସ ଭାଜନ ହୋଇପାରିଛି। ଗ୍ରାହକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଚାନ୍ଦି ଭଣ୍ଡାର ପକ୍ଷରୁ ଗତ ୩ ବର୍ଷ ହେଲା ପଟିଆଠାରେ ଆଉ ଏକ ସୋ’ରୁମ୍ ମଧ୍ୟ ଖୋଲାଯାଇଛି।
ଚାନ୍ଦି ଭଣ୍ଡାରରେ ଗଢ଼ା ମଜୁରିରେ ୫୦% ରିହାତି
/sambad/media/post_attachments/wp-content/uploads/2019/05/Untitled-13-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)