ଭୁବନେଶ୍ବର : ଚେନ୍ନାଇ ଟ୍ରେଡ୍ ସେଣ୍ଟର୍ରେ ଆୟୋଜିତ ଭାରତୀୟ ଷ୍ଟେନଲେସ୍ ଷ୍ଟିଲ୍ ହାଉସ୍ଓୟାର ସୋ’ର ୧୨ତମ ସଂସ୍କରଣରେ ଜିନ୍ଦଲ ଷ୍ଟେନଲେସ୍ ପ୍ରମୁଖ ପ୍ରାୟୋଜକ ଭାବେ ଭାଗ ନେଇଛି। ଏଥିରେ କଂପାନି ଏହାର ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରିଛି। କଂପାନିର ପରିଚାଳନା ନିର୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି ଭାରତୀୟ ଷ୍ଟେନଲେସ୍ ଷ୍ଟିଲ୍ ଚାହିଦା ପ୍ରତି ହାଉସ୍ଓୟାର କ୍ଷେତ୍ରର ପ୍ରାୟ ୪୦ ପ୍ରତିଶତ ଅବଦାନ ରହିଛି। ଭାରତୀୟ ଉତ୍ପାଦନକାରୀଙ୍କ ପାଇଁ ଉପଯୁକ୍ତ ଉତ୍ପାଦ ଯୋଗାଇବାକୁ କଂପାନି ପ୍ରସ୍ତୁତ ରହିଛି। ଏହି ସୋ’ରେ ଜେଏସ୍ଏଲ୍ ଲାଇଫ୍ଷ୍ଟାଇଲ୍ ଲିମିଟେଡ୍ ଏହାର ହାଉସ୍ଓୟାର ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରିଛି।
ଚେନ୍ନାଇରେ ଇଣ୍ଡିଆନ୍ ଷ୍ଟେନ୍ଲେସ୍ ଷ୍ଟିଲ୍ ହାଉସ୍ଓୟାର ସୋ’
/sambad/media/post_attachments/wp-content/uploads/2022/07/steel.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)