ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଆଶ୍ବସ୍ତ କରିବା ଭଳି ତଥ୍ୟ ଆଜି ଜାରି ହୋଇଛି। ୨୦୧୯ର ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ଦେଶର ଅଭିବୃଦ୍ଧି ହାର ୪.୭% ହୋଇଛି। ଏହା ଜୁଲାଇ-ସେପ୍ଟେମ୍ବରର ୪.୫% ଅଭିବୃଦ୍ଧି ତୁଳନାରେ ଅଧିକ। ଅଭିବୃଦ୍ଧିରେ ଘଟିଥିବା ସାମାନ୍ୟ ବୃଦ୍ଧିକୁ ନେଇ ନିର୍ମଳା ଖୁସି ବ୍ୟକ୍ତ କରିଛନ୍ତି। ଏଥି ସହିତ ଦୀର୍ଘ ୧୮ ମାସ ଧରି ଜିଡିପିରେ ଜାରି ରହିଥିବା ହ୍ରାସରେ ବ୍ରେକ୍ ଲାଗିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ଏଥର ପୁଣି ଆକଳନ କରିଛି ଯେ ୨୦୧୯-୨୦ରେ ଦେଶର ଅଭିବୃଦ୍ଧି ୫% ରହିବ। ପୂର୍ବରୁ ଏହା କରିଥିବା ଆକଳନରେ କୌଣସି ପରିବର୍ତ୍ତନ କରିନାହିଁ। ତେବେ ପୂର୍ବ ଦୁଇଟି ତ୍ରୟମାସର ଅଭିବୃଦ୍ଧି ହାରରେ ଏହା ସଂଶୋଧନ କରିଛି। ୨୦୧୯ର ଜୁଲାଇ-ସେପ୍ଟେମ୍ବରରେ ଅଭିବୃଦ୍ଧି ୪.୫% ନୁହେଁ ବରଂ ୫.୧% ରହିଥିଲା ଏବଂ ଏପ୍ରିଲ-ଜୁନ୍ ଅବଧିରେ ଅଭିବୃଦ୍ଧି ୫.୬% ରହିଥିବା ବୋଲି ଏହା ଜଣାଇଛି। ୨୦୧୯-୨୦ରେ ଦେଶର ମୁଣ୍ଡପିଛା ଆୟ ୨୦୧୧-୧୨ ଆର୍ଥିକ ବର୍ଷର ମୂଲ୍ୟ ଅନୁସାରେ ୯୫,୭୦୬ ଟଙ୍କା ହେବ ବୋଲି ଏନ୍ଏସ୍ଓ ଆକଳନ କରିଛି। ୨୦୧୮-୧୯ରେ ମୁଣ୍ଡପିଛା ଆୟ ୯୨,୦୮୫ ଟଙ୍କା ଥିଲା। ସେଥିରେ ୪.୮%ର ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନର ବଜାର ମୂଲ୍ୟ ଅନୁସାରେ ମୁଣ୍ଡପିଛା ଆୟ ୧,୩୪,୪୩୨ ଟଙ୍କାକୁ ବୃଦ୍ଧି ପାଇବ ବୋଲି ଏନ୍ଏସ୍ଓ କହିଛି। ସେହିପରି, ଦେଶର ବାସ୍ତବ ଜିଡିପି ପରିମାଣ ୨୦୧୧-୧୨ର ମୂଲ୍ୟ ଅନୁସାରେ ୧୪୬.୮୪ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ଜିଡିପି ଅଭିବୃଦ୍ଧି ୪.୭%କୁ ବଢ଼ିଲା, ମୁଣ୍ଡପିଛା ଆୟ ୯୫,୭୦୬ ଟଙ୍କା ହେବ
/sambad/media/post_attachments/wp-content/uploads/2017/11/gdp-photo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)