ନୂଆଦିଲ୍ଲୀ : ଜଣେ ଧନୀ ବ୍ୟକ୍ତି ଭାବେ ଜୀବନରେ ଆରାମ ମିଳିଛି, କିନ୍ତୁ ପୂର୍ଣ୍ଣତା ମିଳିନାହିଁ। ନିଜ ପତ୍ନୀ ମେଲିଣ୍ଡା ଗେଟ୍‌ସଙ୍କଠାରୁ ଅଲଗା ହୋଇଥିବା ବିଶ୍ବର ଅନ୍ୟତମ ପ୍ରମୁଖ ଧନୀ ତଥା ମାଇକ୍ରୋସପ୍ଟର ପ୍ରତି‌ଷ୍ଠାତା ବିଲ୍‌ ଗେଟ୍‌ସ ନୂଆବର୍ଷକୁ ନେଇ ନିଜ ଭାବନା ବ୍ୟକ୍ତ କରିବା ବେଳେ ଏକ ବ୍ଲଗ୍‌ରେ ସେ ଏହା ଲେଖିଛନ୍ତି।

Advertisment

ସେ ଜଣାଇଛନ୍ତି ଯେ ଜଣେ ଧନୀ ଭାବେ ମୋ ଜୀବନ ଆରାମଦାୟକ ହୋଇଛି, କିନ୍ତୁ ପରିପୂର୍ଣ୍ଣ ହୋଇନି। ସେଥିପାଇଁ ମୋତେ ଦରକାର ପରିବାର, ବନ୍ଧୁ ଏବଂ ଏକ କାମ ଯେଉଁଠାରେ ଗୁରୁତ୍ବ ବହନ କରୁଥିବା କାର୍ଯ୍ୟ ମୁଁ କରିପାରିବି। ମୁଁ କୃତଜ୍ଞ ଯେ ଏହି ତିନି ଆବଶ୍ୟକତା ମୋ ପାଖରେ ଅଛି। ଧନୀ ତାଲିକାରେ ମୁଁ କେଉଁ ସ୍ଥାନରେ ଅଛି ତାହା ମୋତେ ପ୍ରଭାବିତ କରେନି। ମୁଁ ଦାତବ୍ୟ କାର୍ଯ୍ୟ ପାଇଁ ସହାୟତା ଜାରି ରଖିଛି। ମୁଁ ଧନୀ ତାଲିକାରୁ କେବେ ବିଦା ମଧ୍ୟ ହୋଇଯାଇପାରେ ବୋଲି ସେ କହିଛନ୍ତି। ୨୦୨୩ରେ ‌ମୁଁ ଅଜା ହେବାକୁ ଯାଉ ବୋଲି ସେ ସୂଚନା ଦେଇଛନ୍ତି।