ମୁମ୍ବାଇ: ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍ଡିଏର ବିପୁଳ ବିଜୟକୁ ନେଇ ନିବେଶକମାନେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି। ଏହି ବିଜୟକୁ ନିବେଶକମାନେ ଭିନ୍ନ ଢଙ୍ଗରେ ସ୍ବାଗତ କରିଛନ୍ତି। ସେମାନେ ବିପୁଳ ପରିମାଣର ସେୟାର କିଣିବା ଯୋଗୁ ସେନ୍ସେକ୍ସରେ ୬୨୩ ପଏଣ୍ଟ୍ ଭଳି ବଡ଼ ଧରଣର ବୃଦ୍ଧି ହୋଇଛି। ସେନ୍ସେକ୍ସ ୩୯,୪୩୪ ପଏଣ୍ଟ୍ରେ ବନ୍ଦ ହୋଇଥିବା ବେଳେ ଜାତୀୟ ଷ୍ଟକ ବଜାରର ନିଫ୍ଟି ୧୮୭ ପଏଣ୍ଟ୍ ବୃଦ୍ଧି ସହ ୧୧,୮୪୪ ପଏଣ୍ଟ୍ରେ ବନ୍ଦ ହୋଇଛି। ସେନ୍ସେକ୍ସରେ ହୋଇଥିବା ବୃଦ୍ଧି ଯୋଗୁ ଆଜି ନିବେଶକମାନଙ୍କୁ ଅଢ଼େଇ ଲକ୍ଷ କୋଟି ଟଙ୍କାର ଲାଭ ମିଳିଛି। ଗତକାଲି ସେନ୍ସେକ୍ସ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୩୪୨ ପଏଣ୍ଟ୍ ବଢ଼ିବା ପରେ କାରବାର ଶେଷ ବେଳକୁ ୨୯୯ ପଏଣ୍ଟ୍ ହ୍ରାସ ସହ ବନ୍ଦ ହୋଇଥିଲା।
ନିବେଶକ ଉଲ୍ଲସିତ, ସେନ୍ସେକ୍ସ ବଢ଼ିଲା ୬୨୩ ପଏଣ୍ଟ୍
/sambad/media/post_attachments/wp-content/uploads/2019/05/sensex.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)