ନୂଆଦିଲ୍ଲୀ: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ସହରାଞ୍ଚଳ ଗ୍ରାହକଙ୍କୁ ଦୃଷ୍ଟିରେ ରଖି ନୂଆ ଅଟୋମେଟିକ୍ ସ୍କୁଟର ଗ୍ରାଜିଆକୁ ଉନ୍ମୋଚନ କରାଯାଇଛି। ଦିଲ୍ଲୀରେ ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ହେଉଛି ୫୭,୮୯୭ ଟଙ୍କା। ଏହି ୧୨୫ ସିସିର ନୂଆ ସ୍କୁଟର ସହିତ ହୋଣ୍ଡାର ସ୍କୁଟର ମଡେଲ୍ ପରିମାଣ ୬ରେ ପହଞ୍ଚିଛି। ଷ୍ଟାଇଲ୍ରେ ଗାଡ଼ି ଚଲାଇବାକୁ ଚାହୁଁଥିବା ସହରାଞ୍ଚଳ ଯୁବକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଂପାନି ଏହି ସ୍ପୋର୍ଟି ସ୍କୁଟର ପ୍ରସ୍ତୁତ କରିଛି। ଏ ସମ୍ପର୍କରେ କଂପାନିର ବରିଷ୍ଠ ଉପସଭାପତି (ବିକ୍ରି ଏବଂ ମାର୍କେଟିଂ) ଯଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ ଅଟୋମେଟିକ୍ ସ୍କୁଟର ବଜାରରେ ଆମେ ଅଗ୍ରଣୀ ରହିଛୁ ଏବଂ ଗ୍ରାଜିଆ ଜରିଆରେ ଆମେ ଏହି ସ୍ତର ଆହୁରି ଉପରକୁ ନେଇଯାଇଛୁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp