ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ଦୂର ସଂଚାର କଂପାନି ବିଏସଏନଏଲ୍ ପକ୍ଷରୁ ପୋଷ୍ଟ୍ପେଡ୍ ମୋବାଇଲ୍ ଗ୍ରାହକଙ୍କ ପାଇଁ ନୂଆ ଅଫର ଘୋଷଣା କରାଯାଇଛି। ଏହି ଅଫରରେ ଗ୍ରାହକମାନେ ୬୦% ପର୍ଯ୍ୟନ୍ତ ରିହାତି ପାଇବେ। ସାତଟି ପୋଷ୍ଟପେଡ୍ ପ୍ଲାନ୍ ଏହି ଅଫର ଲାଗୁ ହେବ। ସେଗୁଡ଼ିକ ହେଉଛି ୨୨୫ ଟଙ୍କା, ୩୨୫ ଟଙ୍କା, ୫୨୫ ଟଙ୍କା, ୭୨୫ ଟଙ୍କା, ୭୯୯ ଟଙ୍କା, ୧୧୨୫ ଟଙ୍କା ଏବଂ ୧୫୨୫ ଟଙ୍କା। ନଭେମ୍ବର ୧ରୁ ୩୦ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ। ନଭେମ୍ବର ପହିଲାଠାରୁ ପୋଷ୍ଟ୍ପେଡ୍ ପ୍ଲାନ୍ ଉପରେ ୫୦୦% ଅଧିକ ଡାଟା ପ୍ରଦାନ କରାଯିବ ବୋଲି କଂପାନିର ନିର୍ଦେଶକ ଆର୍ କେ ମିତ୍ତଲ କହିଛନ୍ତି।
ବିଏସ୍ଏନ୍ଏଲ୍ର ନୂଆ ପୋଷ୍ଟପେଡ୍ ଅଫର୍
/sambad/media/post_attachments/wp-content/uploads/2017/11/f4d58bae9df2c91e28aae70cb266df9b4efc09b2.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)