ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ବକୁ କବଳିତ କରି ରଖିଥିବାବେଳେ ବିଶ୍ବ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ବାର୍ଷିକ ବୈଠକ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଚଳିତ ମାସ ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ହେବ। ଏହି ବୈଠକ ପ୍ରତିବର୍ଷ ସାଧାରଣତଃ ୱାସିଂଟନଠାରେ ହୋଇଥାଏ। କିନ୍ତୁ ଚଳିତବର୍ଷ କରୋନା ମହାମାରୀ ପାଇଁ ଏହା ଭର୍ଚୁଆଲ ମୋଡ୍ରେ ହେବ। ନିକଟରେ ଆଇଏମଏଫ ଏମଡି କ୍ରିଷ୍ଟାଲିନା ଜର୍ଜିଭିଆ କହିଥିଲେ ବିଶ୍ବ ଅର୍ଥନୈତିକ ଅଭିବୃଦ୍ଧି ସଂପର୍କରେ ସଂସ୍ଥା ପକ୍ଷରୁ ପୂର୍ବରୁ ଯେଉଁ ଆକଳନ କରାଯାଇଥିଲା ସେଥିରେ କିଛି ସକାରାତ୍କମ ସଂଶୋଧନ ଅଣାଯାଇପାରିବ। ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଥିଲେ ସଂକଟରୁ ଏବେ ସୁଧାର ଆସୁଛି। ଉଲ୍ଲେଖଯୋଗ୍ୟ, ଗତ ଜୁନରେ ଆଇଏମଏଫ କହିଥିଲା ଯେ ୨୦୨୦ ମସିହାରେ ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ୪.୯ ପ୍ରତିଶତ ସଂକୁଚିତ ହୋଇଯିବ। ଏଥିସହିତ ଗରିବ ଦେଶଗୁଡ଼ିକୁ ଋଣ ପରିଶୋଧ ଲାଗି ଦିଆଯାଇଥିବା ସମୟସୀମାକୁ ବୃଦ୍ଧି କରିବା ପାଇଁ ଜି-୨୦ ଦେଶଗୁଡ଼ିକ ଉପରେ ବୈଠକରେ କୁହାଯାଇପାରେ। ବିଶେଷକରି ଚୀନ ଉପରେ ଏହି ଚାପ ସୃଷ୍ଟି କରାଯାଇପାରେ।
ବିଶ୍ବବ୍ୟାଙ୍କ, ଆଇଏମ୍ଏଫ୍ର ବାର୍ଷିକ ବୈଠକ ଆଜିଠୁ
The annual meeting of the World Bank
/sambad/media/post_attachments/wp-content/uploads/2020/04/world-bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)