ନୂଆଦିଲ୍ଳୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ବଜେଟ୍ କାଗଜପତ୍ରଗୁଡ଼ିକୁ ଏକ ଲାଲ ମୁଣା ଭିତରେ ଭର୍ତ୍ତି କରି ଆଣିଥିଲେ। ବହୁ ଦିନରୁ ଚାଲିଥିବା ସୁଟ୍କେସ୍ ପରମ୍ପରାକୁ ଭଙ୍ଗ କରି ସେ ‘ବହି-ଖାତା’ର ଯୁଗ ଆରମ୍ଭ କରିଥିଲେ। ଏହି ଲାଲ ମୁଣା ପଛର ରହସ୍ୟକୁ ଖୋଲିଛନ୍ତି ନିର୍ମଳା। ସେ କହିଛନ୍ତି ଯେ, ସୁଟ୍କେସ କିମ୍ବା ବ୍ରିଫ୍କେସ୍ ମୋର ପସନ୍ଦ ନୁହେଁ। ଏହା ବ୍ରିଟିଶ ଅମଳରୁ ଚାଲି ଆସିଛି। ମୋ ମାଇଁ ମୋ ପାଇଁ ଲାଲ ରଙ୍ଗର କପଡ଼ାରେ ମୁଣା ପ୍ରସ୍ତୁତ କରିଦେଇଥିଲେ। ଘରର ଏହି ମୁଣାକୁ ସରକାରୀ ପରିଚୟ ପ୍ରଦାନ କରିବା ପାଇଁ ମୁଁ ସେଥିରେ ଅଶୋକ ସ୍ତମ୍ଭର ଚିହ୍ନ ଲଗାଇଥିଲି ବୋଲି ସେ କହିଛନ୍ତି। ଭାରତୀୟ ପରମ୍ପରାରେ ଲାଲ ରଙ୍ଗର କ’ଣ ମହତ୍ତ୍ବ ରହିଛି ତାହା ସେ ବର୍ଣ୍ଣନା କରିଥିଲେ। ଦୀପାବଳି ଅବସରରେ ଲକ୍ଷ୍ମୀ ପୂଜା ହେଉ କିମ୍ବା ଘର ଓ ଦୋକାନରେ ନୂଆ ବହି ଖାତା ପୂଜା, ସେହି ସମୟରେ ଲାଲ ରଙ୍ଗର କପଡ଼ା ବ୍ୟବହାର କରାଯାଏ। ବହି ଖାତାକୁ ଲାଲ ରଙ୍ଗ କପଡ଼ାରେ ଗୁଡ଼ାଇ ରଖାଯାଏ। ତା’ ଉପରେ ହଳଦୀ, ଚନ୍ଦନ ଓ କଜଳ ଆଦି ଲଗାଯାଏ ଅଥବା ଶୁଭ ଲାଭ ଲେଖାଯାଏ। ତାହାକୁ ନଜରରେ ରଖି ମୁଁ ଲାଲ ରଙ୍ଗର ମୁଣାରେ ବଜେଟ୍ କାଗଜପତ୍ର ନେବାକୁ ନିଷ୍ପତ୍ତି ନେଇଥିଲି ବୋଲି ନିର୍ମଳା କହିଛନ୍ତି।
ମାଇଁ ଦେଇଥିଲେ ଲାଲ ମୁଣା: ନିର୍ମଳା
/sambad/media/post_attachments/wp-content/uploads/2019/07/Untitled-19-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)