ନୂଆଦିଲ୍ଲୀ: ଭାରତୀୟ ବୀମା ନିୟାମକ ଏବଂ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ) ସ୍ବାସ୍ଥ୍ୟ ବୀମା ନେଇ ଏକ ନୂଆ ପ୍ରସ୍ତାବ ଆଣିଛି। ଏହି ପ୍ରସ୍ତାବରେ ସ୍ବାସ୍ଥ୍ୟ ବୀମା ସେବା ଯୋଗାଇ ଦେଉଥିବା କମ୍ପାନି ଗୁଡ଼ିକ ମାନସିକ ରୋଗ, ବଂଶାନୁକ୍ରମିକ ରୋଗ, ମସ୍ତିଷ୍କ ଏବଂ ମନୋବୈଜ୍ଞାନିକ ବିକାର ଭଳି ସ୍ବାସ୍ଥ୍ୟ ସମସ୍ୟା ପାଇଁ ବୀମା ସୁବିଧା ଯୋଗାଇ ଦେବାକୁ ମନାକରିପାରିବେ ନାହିଁ। ଏହି ପ୍ରସଙ୍ଗରେ ବୀମା କମ୍ପାନି ଗୁଡ଼ିକୁ ସମାନତା ରଖିବାକୁ ହେବ ବୋଲି ଆଇଆରଡିଏଆଇ କହିଛି। ଉତ୍ତେଜକ ବା ଅବସାଦ ପାଇଁ ଯେଉଁ ଔଷଧ ଡାକ୍ତର ଲେଖିଛନ୍ତି ତାହାକୁ ବୀମା ସୁବିଧା ପରିସର ବାହାରେ ରଖାଯାଇ ପାରିବ ନାହିଁ। ସେହିଭଳି ଯୌବନ ଏବଂ ମେନୋପଜ୍ ସମ୍ବନ୍ଧୀୟ ଅନିୟମିତତା, ଆୟୁ ଏବଂ ବ୍ୟବହାର ସମ୍ବନ୍ଧୀୟ ଅନିୟମିତତାକୁ ମଧ୍ୟ ପଲିସି ବାହାରେ ରଖାଯାଇ ପାରିବ ନାହିଁ। ଆଇଆରଡିଏଆଇ ପକ୍ଷରୁ ପ୍ରସ୍ତୁତ ଚିଠା ନିର୍ଦେଶାବଳୀ ଉପରେ ସମସ୍ତ ପକ୍ଷଙ୍କଠାରୁ ଆସନ୍ତା ୩୧ ସୁଦ୍ଧା ମତାମତ ମଗାଯାଇଛି।
ମାନସିକ ରୋଗୀଙ୍କୁ ମନା କରାଯାଇପାରିବନି ବୀମା!
/sambad/media/post_attachments/wp-content/uploads/2018/09/insurance-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)