ଭୁବନେଶ୍ବର: ବାତ୍ୟା ଫନି ଦ୍ବାରା ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହା ଦ୍ବାରା ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧା ଓ କଟକର ୧୫୯ଟି ବ୍ଲକ୍, ୧୮,୧୬୮ ଗ୍ରାମ, ୫୨ଟି ପୌରସଂସ୍ଥା ଓ ୧.୬୫ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ବାତ୍ୟା ପରବର୍ତି ପୁନରୁଦ୍ଧାର କାର୍ଯ୍ୟକୁ ସରକାର ନିଜ ଉଦ୍ୟମରେ ଜାରି ରଖିଛନ୍ତି। ଏହି କାମରେ ଅଧିକ ସହଯୋଗ ପ୍ରଦାନ କରିବାକୁ ଭାରତୀୟ ଆଲୁମିନିୟମ ସଂଘ (ଏଏଆଇ) ଓ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ତରଫରୁ ନାଲ୍କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ସମସ୍ତ ଶିଳ୍ପ ସଂସ୍ଥା, ପ୍ରତିଷ୍ଠାନ, ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କୁ ଆହ୍ବାନ ଦେଇଛନ୍ତି। ଜରୁରୀକାଳୀନ ଭିତ୍ତିରେ ସେଡ୍ ପାଇଁ ଟାର୍ପଲିନ୍, ସୋଲାର୍ ଟର୍ଚ ଲାଇଟ୍, ସୋଲାର ଲାଇଟ୍, ୧୦୦୦ ଲିଟର କ୍ଷମତାର ପାଣି ଟାଙ୍କି ଏବଂ ୨୫୦ କେଭିଏ ଡିଜି ସେଟ୍ର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ରିଲିଫ୍ ସାମଗ୍ରୀ ଓ ଆର୍ଥିକ ସହାୟତାକୁ ବିଭିନ୍ନ ସଂସ୍ଥା ଓ ଲୋକମାନେ ସିଆଇଆଇ ଫାଉଣ୍ଡେସନ କିମ୍ବା ଭାରତୀୟ ଆଲୁମିନିୟମ ସଂଘକୁ ପଠାଇପାରିବେ। ସେମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି (cm.odisha.gov.in/cmrf), ରିବିଲ୍ଡ ଓଡ଼ିଶା ପୋର୍ଟାଲ୍ (rebuild.odisha.gov.in) ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତୃପକ୍ଷ (ଓସ୍ଡମା) ଜରିଆରେ ନିଜର ସହଯୋଗ ପ୍ରଦାନ କରିପାରିବେ। ସିଆଇଆଇ ଫାଉଣ୍ଡେସନକୁ ଯେଉଁ ସହାୟତା ରାଶି ଓ ସାମଗ୍ରୀ ଆସିବ ତାହାକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି ଡକ୍ଟର ଚାନ୍ଦ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଡକ୍ଟର ଚାନ୍ଦ ସିଆଇଆଇ ବାତ୍ୟା ରିଲିଫ୍ ଷ୍ଟିୟରିଂ କମିଟିର ଅଧ୍ୟକ୍ଷ ଓ ଭାରତୀୟ ଆଲୁମିନିୟମ ସଂଘର ଅଧ୍ୟକ୍ଷ ଭାବେ କାମ କରୁଛନ୍ତି।
ରିଲିଫ୍ କାମରେ ସହଯୋଗ କରିବାକୁ ଏଏଆଇ, ସିଆଇଆଇର ଆହ୍ବାନ
/sambad/media/post_attachments/wp-content/uploads/2019/05/Untitled-11-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)