ଘୁ.ଉଦୟଗିରି(ସମୀର କୁମାର ପାଢ଼ୀ): ଟ୍ରକ୍‌, ବସ୍‌, କାରର ଶଦ୍ଦରେ ଦିନରାତି କୋଳାହଳ ସୃଷ୍ଟି କରୁଥିବା କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରିର କଳିଙ୍ଗା ଘାଟି ପୁରା ଶୁନଶାନ୍‌ ଲାଗୁଛି। ଦେଖୁଦେଖୁ ତିନିଦିନ ବିତି ଯାଇଛି। କିନ୍ତୁ ରାସ୍ତାରେ ଗୋଟିଏ ବି ଗାଡ଼ି ଗଡିପାରୁ ନାହିଁ। ଦୁର୍ଗାପ୍ରସାଦ ଏବଂ କଳିଙ୍ଗାରେ ଥିବା ହୋଟେଲ, ଢ଼ାବା, ଚା ପାନ ଦୋକାନୀଙ୍କ ଜୀବନଜୀବିକା ସହ ଜଡିତ ଏହି ଜାତୀୟ ରାଜପଥ-୧୫୭।ରାସ୍ତାରେ ଦୈନିକ ଶହଶହ ଯାତ୍ରୀବାହୀ ବସ, ମାଲବାହୀ ଟ୍ରକ, କାର ବାଇକ୍‌ ଯାତାୟତ କରୁଥିବା ବେଳେ ସବୁ ସମୟରେ ଭିଡ଼ ଲାଗୁଥିଲା ସବୁବେଳେ ଗହଳି ଚହଳି। ଗତ ମଙ୍ଗଳବାର ଦିନ ଅପରାହ୍‌ଣରେ କଳିଙ୍ଗା ଘାଟିରେ ଭୂସ୍ଖଳନ ଫଳରେ ପାହାଡ଼ ଧସି ପ୍ରବଳ ପାଣି ଉପରୁ ଆସି ରାସ୍ତା ଧୋଇ ନେଇଯାଇଛି। ଫଳରେ ଏହି ରାସ୍ତାରେ ଗମନାଗମନ ସମ୍ପୂର୍ଣ୍ଣ ଠପ ହୋଇଯାଇଛି।

Advertisment

IMG_20250917_082442

ରାସ୍ତାର ଉଭୟ ପାର୍ଶ୍ଵ କଳିଙ୍ଗା ଏବଂ ଦୁର୍ଗାପ୍ରସାଦରେ ପୁଲିସ ପକ୍ଷରୁ ୨୪ଘଣ୍ଟିଆ ନାକା ଲାଗିଛି। କଳିଙ୍ଗା ଘାଟି ଭିତରକୁ ପ୍ରବେଶ ଉପରେ ରୋକ ଲାଗିଛି। ବର୍ତମାନ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଗାଡ଼ି ମଟରର ଗତିପଥକୁ ବଦଳେଇ ଭଞ୍ଜନଗର ଠାରୁ ଗ୍ୟାଲେରି, ବଦାଙ୍ଗି, ଚକାପାଦ ଦେଇ ଟିକାବାଲି ତେଙ୍ଗେଡ଼ା ପଥର ଛକକୁ ବାହାରି ଫୁଲବାଣୀ ରାସ୍ତା ଏବଂ ଘୁ.ଉଦୟଗିରି ରାସ୍ତା ଦେଇ ଯିଏ ଜା ଗନ୍ତବ୍ୟ ପଥରେ ଯାତାୟତ କରୁଥିବା ବେଳେ ଭଞ୍ଜନଗର ଠାରୁ କଳିଙ୍ଗା ପର୍ଯ୍ୟନ୍ତ ଦୂରତା ୩୫କିମି ଭାୟା କଳିଙ୍ଗା ଘାଟି ରାସ୍ତା ହୋଇଥିବା ବେଳେ ଭୟ ଚକାପାଦ ଦୂରତା ୯୦କିମି ଦୂରତା ଅର୍ଥାତ ମୋଟ ୫୫କିମି ଅଧିକା ପଡୁଛି।

ଭଞ୍ଜନଗର ଠାରୁ କଳିଙ୍ଗା ଆସିବାକୁ ଏକ ଘଣ୍ଟା ସମୟ ଲାଗୁଥିବା ବେଳେ ଭାୟା ଚକାପାଦ ଦେଇ ଆସିଲେ ଅଢେଇ ଘଣ୍ଟା ସମୟ ଲାଗୁଛି। ଏହା ସହ ବସ ଭଡା ଭଞ୍ଜନଗରରୁ ୫୦ଟଙ୍କା ଭାୟା କଳିଙ୍ଗା ଘାଟି ଥିବା ବେଳେ ଭାୟା ଚକାପାଦ ୧୦୦ଟଙ୍କା ପଡୁଛି। କଳିଙ୍ଗା ଘାଟି ଭୂସ୍ଖଳନ ଯୋଗୁଁ ସମସ୍ତେ ପ୍ରଭାବିତ ହୋଇଛନ୍ତି। ସାଧାରଣ ଯାତ୍ରୀ ଦୁଇଗୁଣ ବସ ଭଡ଼ା ଦେବା ସହ ଅଧିକ ସମୟ ବ୍ୟୟ କରୁଛନ୍ତି।

Kalinga

ସେହିଭଳି ଦୁର୍ଗାପ୍ରସାଦରେ ବହୁ ହୋଟେଲ ଢ଼ାବା ଚା ପାନ ଦୋକାନୀ ରାସ୍ତାରେ ଯାତାୟତ କରୁଥିବା ବସ୍‌, ଟ୍ରକ୍‌, କାର ଉପରେ ନିର୍ଭରଶୀଳ ହୋଇ ନିଜ ବ୍ୟବସାୟ କରି ନଇଁ ପ୍ରାଇବାର ପ୍ରତିପୋଷଣ କରିବା ସହ ନିଜ ନିଜ ଅନୁଷ୍ଠାନରେ କାର୍ଯ୍ୟରତ କାରିଗର, ଅନ୍ୟାନ୍ୟ କାର୍ଯ୍ୟ କରୁଥିବା ଶହଶହ ପରିବାର ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ଘାଟି ରାସ୍ତା ଯାତାୟତ ବନ୍ଦ ହୋଇଯିବା ଯୋଗୁଁ। ବର୍ତ୍ତମାନ ଦୁର୍ଗାପ୍ରସାଦ ବଜାର ଖାଁ ଖାଁ ବର୍ତ୍ତମାନର ପରିସ୍ଥିତି ଦେଖି ସେଇ ବ୍ୟବସାୟୀମାନେ କୋରନା ସମୟର ଲକଡାଉନ ସଟ ଡାଉନ ସମୟକୁ ମନେ ପକାଉଛନ୍ତି। କଳିଙ୍ଗା ଘାଟି ଭୂସ୍ଖଳନ ଫଳରେ ଯେଉଁ ସମସ୍ୟା ଉପୁଜିଛି ସମସ୍ତଙ୍କୁ ଦୁଃଖ ଦେଇଥିବା ବେଳେ ବେସି ପ୍ରଭାବିତ ଏବଂ ଦୁଃଖୀ ଅଛନ୍ତି ଦୁର୍ଗାପ୍ରସାଦ ଏବଂ କଳିଙ୍ଗା ହୋଟେଲ, ଢ଼ାବା ଏବଂ ଚା ପାନ ଦୋକାନୀ। ଭବିଷ୍ୟତ ପୁରା ଅନ୍ଧକାର ଭିତରକୁ ଚାଲିଯାଇଛି କରିବେ କଣ ଚଳିବେ କେମିତି?

Kalinga ghati