ଭୁବନେଶ୍ବର: କାହାକୁ ସମ୍ଭାଳିବ ସମ୍ଭାଳ...ଏଣେ ବାର୍ଡ ଫ୍ଲୁ ପାଇଁ ଚିକେନଙ୍କୁ ଡର, ତେଣେ ଡେଙ୍ଗୁ ପାଇଁ ଏଡିସ୍ ମଶାଙ୍କୁ ଡର...ଗୋଟାକୁ ତମେ ଖାଇଲେ ମଲ, ଗୋଟା ତମକୁ ଖାଇଲେ ମଲ!
ସରକାର ଏତେ ସଫାସୁତାରା କରୁଛନ୍ତି, ସକାଳୁ ସକାଳୁ ‘ମୁଁ ସଫେଇବାଲା’ ଗୀତ ଶୁଣେଇ ଶୁଣେଇ ନିଦଟାକୁ ଗୋଳମାଳ କରିଦଉଛନ୍ତି, ଇଏ ଏଡିସ୍ ମଶାଙ୍କ କଥା ଟିକେ ବୁଝିଲେ ହୁଅନ୍ତାନି।
/filters:format(webp)/sambad/media/media_files/2025/07/28/dengu-2025-07-28-16-29-42.jpg)
ଡାକ୍ତରୀ ଓ ସରକାରୀ ସ୍ତରରେ କୁହାଯାଉଛି ସେଇ ଗୋଟାଏ କଥା। କଥା କ’ଣ କି, ନିଜ ଆଖପାଖ ଅଞ୍ଚଳରେ ଜମା ପାଣି ରଖନି। ପାଣି ଜମିଲେ କୁଆଡ଼େ ଏଡିସ୍ ମଶା ଜନ୍ମ ନେଉଛନ୍ତି। ଆରେ ଭାଇ ! ଗୋଟେ କଥା କହିଲ, ଇଏ ବର୍ଷା ପାଣିକୁ କାହାର ବା ବଳ? ଆମେ ପାଣି ରଖିବୁ କ’ଣ କ? ବର୍ଷା ହେଲେ ତ ଖାଲ, ଢିପ ଜାଗାରେ ପାଣି ଜମିବ। ତାକୁ ଆମେ କ’ଣ ବା କରିବୁ କୁହତ? କହିଲେ କହିବେ କହୁଛି..ଆମେ ଯାହା କହୁଛୁ ତାକୁ ଦିହକୁ ନେବେନି। ସାଧାରଣ ଜନତାଙ୍କ ସମସ୍ୟାକୁ ଆମେ କାର୍ଟୁନ ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିଛୁ।
ଆପଣ ଜାଣିଥିବେ ଯେ ଭୁବନେଶ୍ବର ମହାନଗର ନିଗମରେ ଡେଙ୍ଗୁ ରୋଗ କାୟା ମେଲାଇଲାଣି। ବଡ଼କଥା ହେଉଛି, ଚଳିତବର୍ଷ ଜୁଲାଇ ମାସରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଚଳିତବର୍ଷ ଚିହ୍ନଟ ୧୭୬ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଜାନୁଆରିରୁ ଜୁନ୍ ଭିତରେ ୯୬ଜଣ ଚିହ୍ନଟ ହୋଇଥିବା ବେଳେ କେବଳ ଜୁଲାଇରେ ୮୦ଜଣଙ୍କ ଡେଙ୍ଗୁ ପଜିଟିଭ୍ ବାହାରିଛି।
ବର୍ଷା କାରଣରୁ ପ୍ରତିବର୍ଷ ଜୁଲାଇ ମାସରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୁଅନ୍ତି। ଗତବର୍ଷ ଜୁଲାଇରେ ୨୪୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ୨୦୨୧-୨୨ ଓ ୨୦୨୨-୨୩ରେ ଏହି ସଂଖ୍ୟା ପ୍ରାୟ ଦୁଇଗୁଣା ଥିଲା। ଅବଶ୍ୟ ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଏହି ସଂଖ୍ୟା ଟିକେ କମ୍ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/28/new-project-17-2025-07-28-16-02-01.jpg)