ଭୁବନେଶ୍ବର: ଏଣିକି ପିଲାମାନଙ୍କୁ ଶିଖାଇବା... ପାଠ ପଢ଼ିଲେ କିଛି ହବନିରେ ବାପା ! ସଫଳ ହେବାକୁ ହେଲେ କୌଶଳ ଜଣାଥିବା ଦରକାର। ସେ ଆଗ ଯୁଗ ଗଲାଣି। ଯେବେ କୁହାଯାଉଥିଲା ‘ପଢ଼ିଲେ ପାଠ ହୋଇବ ଚାଚ, ଆଗକୁ ଫିଟିବ ଉତ୍ତମ ବାଟ’। ଏବେ କିନ୍ତୁ ଆଉ ସେ ପୁରୁଣା କଥା ନାହିଁ। ଏବେ ପାଠ ପଢ଼ିଲେ ବି ଉତ୍ତମ ବାଟ ଫିଟିବାର ନାହିଁ। କାହିଁକି ନା, ଏଠି କୁଢ଼ କୁଢ଼ ପାଠୁଆ ପିଲା ଚାକିରିଟେ ପାଇଁ ହସ୍ତସସ୍ତ ହେଉଛନ୍ତି। ହେଲେ ଫାଇଦାରେ ରହୁଛନ୍ତି ଠକ, ଠାପୁଆ। କଥାରେ ନାହିଁ- ମାରିନେଲେ ମହାପାତ୍ର, ଚାହିଁଥା ଜଳକା।
ଯିଏ ଟଙ୍କା ଦେଇପାରିବ ସେ ପରୀକ୍ଷାରେ ପାସ ହବ, ଯିଏ ଟଙ୍କା ଦେଇପାରିବ ସେ ଚାକିରି ପାଇବ। ମେଧାବୀ ଛାତ୍ରଛାତ୍ରୀଙ୍କୁ ଯୁଗ ଗଲାଣି କୋଉ କାଳରୁ। ଏଣିକି ବାପାମାଆମାନେ ପିଲାମାନଙ୍କୁ ଭଲ ସ୍କୁଲ, ଟିଉସନ ଦେଇ ଟଙ୍କା ଖର୍ଚ୍ଚ କରିବା ପରିବେର୍ତ୍ତ ସେ ଟଙ୍କାକୁ ସଞ୍ଚର କରି ରଖନ୍ତୁ। ପ୍ରଶ୍ନ ପତ୍ର କିଣିବା ବେଳେ କାମରେ ଆସିବ। ପାସ୍ ହେଇ ସାରିଲା ପୁଣି ହରତଗୁଞ୍ଜା ଦେଇ ଚାକିରି ପାଇବାକୁ ବି ଟଙ୍କା ଦରକାର। ମନ ଧ୍ୟାନ ଦେଇ ପାଠ ପଢ଼ି ସଚ୍ଚୋଟ ଉପାୟରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା କଥା ଆଉ ନାହିଁ।
ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିକ୍ ମାମଲାରେ ସାମିଲ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଓଡ଼ିଶା ପୁଲିସର କ୍ରାଇମ୍ବ୍ରାଞ୍ଚ ଗିରଫ କରିଛି। ସେମାନେ ୩୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରଶ୍ନପତ୍ର ବିକ୍ରି କରୁଥିଲେ। ସେମାନଙ୍କ ମଧ୍ୟରେ ଶିକ୍ଷକ କି ଯେତେ ବଡ଼ ଲୋକ ଥାଆନ୍ତୁ, କଠୋର କାର୍ଯ୍ୟାନୁଷ୍ଠାନ ହେବ। ଏହାର ତଦନ୍ତ ଚାଲିଛି ବୋଲି ପ୍ରଶାସନ କହିଛି। ଏହାକୁ ନେଇ ଆମର ଆଜିର ଏ କାର୍ଟୁନ। ଦୟାକରି ଦିହକୁ ନେବେନି।
କାର୍ଟୁନ: ଦେବାଶିଷ