ଭୁବନେଶ୍ବର: ପଶୁଙ୍କ ବିଶ୍ବାସରେ ମଣିଷ ଦେଉଛି ବିଷ । ଭାଙ୍ଗୁଛି ଭରସା, ପଶୁ ମୁହଁରୁ ଲିଭୁଛି ହସ । ସତରେ କେତେ ନିଷ୍ଠୁର ଏ ମଣିଷ… ସ୍ବାର୍ଥ ଥିଲେ କାମରେ ଲଗାଇବ, ସ୍ବାର୍ଥ ସରିଗଲେ ବିପଦକୁ ଠେଲିଦେବ । ଦୀପାବଳିରେ ବାରୁଦର ଖୁସି ପାଇଁ ପଶୁ ପାଟିରେ ବାଣ ଫୁଟାଇବ । ସେଦିନ ଖୋର୍ଦ୍ଧାରେ ଷଣ୍ଢ ପାଟିରେ ବାଣ ଫୁଟିଯିବା ଘଟଣା ପୂରା ମଣିଷ ସମାଜ ପାଇଁ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେହି ବାରହା ମାରିବା ପାଇଁ ଖାଦ୍ୟରେ ବାଣ ଖଞ୍ଜିଥିବା ବେଳେ ଷଣ୍ଢ ଖାଇଦେବାକୁ ତା ମୁହଁରେ ବାଣ ଫାଟିଥିବା ସମସ୍ତଙ୍କ ଛାତିକୁ ଦୋହଲାଇ ଦେବା ସହ – ସତରେ ଆମେ ମଣିଷ ତ ? ବୋଲି ଆମ ମଣିଷପଣିଆ ଉପରେ ସନ୍ଦେହ ସୃଷ୍ଟି ହେଉଛି…
/filters:format(webp)/sambad/media/media_files/2025/10/20/firecracker-blast-2025-10-20-17-00-59.jpeg)
ଆସନ୍ତୁ ଦୀପାବଳିରେ ବାଣ ଫୁଟାଇବା କିନ୍ତୁ ପଶୁଙ୍କର କିଛି ବି କ୍ଷତି କରିବା ନାହିଁ । ଅଫୁଟା ବାଣ କିମ୍ବା ବାଣର ନଷ୍ଟ ଅଂଶ ଅଳିଆ ଗଦାରେ ଫିଙ୍ଗିବାନି । କାରଣ କେତେବେଳେ ବି ପଶୁଙ୍କ ମୁହଁରେ ବାଣ ଫାଟିପାରେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/20/firecracker-blast-2025-10-20-17-00-59.jpeg)