ଭୁବନେଶ୍ବର: ଦିନେ ଫାଇଭ-ଟି ଓଡିଶାରେ ଚହଳ ପକାଇଥିଲା । ରୂପାନ୍ତରଣ ନାଁରେ  ୫-ଟି ଓଡିଶା ଘାଣ୍ଟୁଥିଲା । ଆଉ ହେରା ୫-ଟିର ମୁଖିଆଙ୍କ ନାଁ ଶୁଣିଲେ ତ ବାବୁଙ୍କ ଛାତିରେ ଛନକା ପଶୁଥିଲା । ଏବେ ସେଇ ଫାଇଭ-ଟିର ଗୋଟିଏ ଖିଅରେ ଦୁର୍ନୀତି ସାମ୍ନାକୁ ଆସିବା ପରେ ରୂପାନ୍ତରଣ ନାଁ ୫-ଟିରେ ମିଳିମିଶି ଟଙ୍କା କେମିତି ଚଳୁ କରାଯାଇଛି ତାକୁ ନେଇ ନୋକେ ଟୁପୁରୁଟାପୁର ହେବା ସହ ପୂର୍ବ ସରକାରର ସେ ଅଭିଯାନକୁ ଫାଇଭ-ଟି ନା ଖାଇବି-ଟି ବୋଲି କହିଲେଣି … ଏହାକୁ ନେଇ ଆମର ବ୍ୟଙ୍ଗ ବଟିକା… ଦୟାକରି ଦିହକି ନେବେନି…

Advertisment

ଭାଇନା ! 
ଫସର ଫାଟିଲା ଫାଇଭ-ଟି
ପୂରୁବ ସରକାରର ଯୋଜନାଟି
ମିଳିମିଶି ଖାଇଛନ୍ତି କୋଟିକୋଟି
ସ୍ବଚ୍ଛତା ନାଁ ଗନ୍ଧିଆ କାମ କରି
ସିଏଜି ହାତରେ ଧରା ପଡିଲାଟି
ବଦନାମ ହେଲା ଫାଇଭ-ଟି

ସ୍କୁଲ ରୂପାନ୍ତର କରିବା ନାଁରେ 
ନିଜର କରୁଥେଲେ ରୂପାନ୍ତର
ପୂର୍ବ ସରକାରରେ ପକେଟ ଗରମ କରି
ଏ ସରକାରରେ ସାଜିଲେ ଟାଉଟର
ଭାଇ ! କାହାକୁ ଧରିବ ଧର 
ସବୁ ତ ଏଠି ଚୋର ?

ବିଦ୍ୟାଳୟର ଗୌରବ ପେଇଁକି
ଫାଇଭ-ଟି ସ୍କୁଲର ହେଇଥେଲା ଆବିର୍ଭାବଟି
ପିଲାଏ ପଢିବେ, ପିଲାଏ ବଢିବେ
ସ୍ମାର୍ଟ ସ୍କୁଲରେ ପଢି ପିଲାଏ ସ୍ମାଆଟ ହେଲେଟି ?
ଇ-ଲାଇବ୍ରେରୀରୁ ଲାବୋରୋଟୋରୀ
ସ୍ମାର୍ଟ କ୍ଲାସରୁ ପ୍ରୋଜେକ୍ଟର…
ଏବେ କାମ କରୁଛି କି ନାହିଁ କାହା ପାଖେ ଖବର
ପିଲାଙ୍କ ନାଁରେ ପ୍ରବଳ ଖାଇଲେ
ରୂପାନ୍ତର ନାଁରେ ନିଜର ରୂପାନ୍ତର କଲେ
ଏବେ ଦୁର୍ନୀତି ପଡିଲା ଧରା
ଲୋକେ କହୁଛନ୍ତି ବାଃ ବାଃରେ ଫାଇଭ-ଟି
ରୂପାନ୍ତର ନାଁରେ କଣ କରୁଥିଲ ଦୁର୍ନୀତି ???
ଦିହକୁ ନେବେନି
ସତ କଣ ସମସ୍ତେ ଜାଣନ୍ତି
ବିକାଶ ନାଁରେ ଏଠି ସମସ୍ତେ ଖାଆନ୍ତି…!!!

କାର୍ଟୁନ- ଦେବାଶିଷ