ଭୁବନେଶ୍ଵର: ମଣିଷ- ଓ ହୋ.. ଏ ନିଆଁଲଗା ବର୍ଷା ହେଲେ ମଣିଷ ଟିକେ ଘରକୁ ଫେରି ପାରୁନି । ଇମିତି ଢାଳିବ ଯେ, ରାସ୍ତା ଘାଟ କିଛି ଜଣାପଡିବନି । କଣ କହିବ କହିଲ, ମଣି। କିମିତି ଘରକୁ ଫେରିବ । ବର୍ଷା ହେଲେ ତ ରାସ୍ତା ବୁଡିଯିବ, ଡ୍ରେନରୁ ପାଣି ରାସ୍ତାକୁ ପଳେଇ ଆସିବ.. ରାସ୍ତା ଦିଶିଲେ ସିନେ କିଏ କଣ କରିବ.. ସବୁ ତ ପାଣି ପାଣି, ରାସ୍ତା ପୂରା ନଈ ନହେଲେ ସମୁଦ୍ର.. ଏ ନିଆଁନଗା ବର୍ଷାଟା ଦୁନିଆରୁ ହଜି ଯାଆନ୍ତାନି, ମଣିଷ ଟିକେ ଶାନ୍ତିରେ ନିଶ୍ଵାସ ମାରନ୍ତା..

Advertisment

ବର୍ଷା ଜଳ-ଓଃ ଭାଇନା.. ଓ .. ଓ କାହାକୁ କଣ କହୁଛ । ମତେ ଶୋଧିବା ଆଗରୁ ମତେ ଦୋଷ ଦେବା ଆଗରୁ ଥରେ ମୋ ଅବସ୍ଥା ବି ଦେଖ । ମୋ ପାଇଁ ଖାଲି ତମେ ହଇରାଣ ହେଉଛ ବୋଲି କହୁଛ, ଥରେ ମୋ ଦୁଃଖ ବି ଦେଖ । ମୁଁ ବି ହଇରାଣ ହେଉଛି- କି ସହର କରିଛ କି ହୋ.. ମୁଁ ଟିକେ ବାହାରକୁ ବାହାରିବାକୁ ବି ବାଟ ପାଉନି । ରାସ୍ତା ପାଇଲେ ତ କୁଆ଼େ ଯିବି ଆଉ ତମେ ସବୁ ରାସ୍ତା ପାଇବ ।

କିରେ.. ମୋ ରାସ୍ତାତ ତମ ଭଳି ମଣିଷମାନେ ବନ୍ଦ କରି ଦେଉଛ । ଡ୍ରେନରେ ସବୁ ଅଳିଆ ଆବର୍ଜନା ପକାଇ ଡ୍ରେନ୍ ଜାମ୍ କରୁଛ । ଖରା ଦିନେ ମନଇଚ୍ଛା ଡ୍ରେନକୁ ଅଳିଆଗଦା କରିବ, ଡ୍ରେନ୍ ସଫା କରିବନି.. ଆଉ ବର୍ଷା ଦିନ ଆସିଲେ ସବୁ ଦୋଷ ମୋ ଉପରେ ସୁଝେଇବ, ସବୁ ଦୋଷ ମତେ ଦେବ । ସେଥିରେ କଣ ନା ମୁଁ ନିଆଁଲଗା ନାହିଁ.. କିରେ ମୁଁ ତ ଡ୍ରେନରେ ନଦୀ କିମ୍ବା କେନାଲ ଦେଇ ବୋହିଯାଏ ହେଲେ ମୋ ରାସ୍ତା ଯେତେବେଳେ ବନ୍ଦ ସେତେବେଳେ ମୁଁ କଣ କରିବି କୁହ, ମୋ ବାଟ ବନ୍ଦ ହେଲେ ମୁଁ କାହା ବାଟକୁ ଆସିବି ?

ମଣିଷ- ଆମ ରାସ୍ତାକୁ 

dkjs

ବର୍ଷା ଜଳ- ବାସ୍ ତାହାଲେ, ଏବେ କୁହ ଭୁଲ କାହାର । ମଣିଷ ରାସ୍ତାରେ ଯିବ, ଜଳ ଡ୍ରେନରେ ନଦୀରେ ଯିବ । ଯେଝା ରାସ୍ତା ଭାଇ ଯେଝେର । ତାକୁ ବନ୍ଦ କଲେ ନାମ ତ ନେବ ନା.. ଖାଲି ମତେ ଦୋଷ ଦେଲେ ହେବନି । ଯାଅ ତମ ସରକାର ତମ ପ୍ରଶାସନକୁ କହିବ । ସେମାନେ କେମିତି ବିନା ପ୍ଲାନରେ ସହର ଗଢୁଛନ୍ତି । ପୁଳାପୁଳା ନିର୍ମାଣ କାମ କରୁଛନ୍ତି । ଏଠି ଲୋକେ କୋଠା ଗଢିବାକୁ ଜାଗା କିଣୁଛନ୍ତି କିନ୍ତୁ ଡ୍ରେନ୍ କରିବାକୁ ବୁକରକୁ ବାଧାକୁ.. ଆରେ ଭାଇ ଯିଏ ପେଣ୍ଟ ତିଆରି କରେ ସିଏ ଏକ ଯିବା ପାଇଁ ବାଟ ରଖେ.. ତେମେ ସହର ଗଢିବ, ବିକାଶର ନାରା ଦେବ କିନ୍ତୁ ଡ୍ରେନେଜ ବ୍ୟବସ୍ଥା ହୁଗୁଳା.. ଏଇନେ ବର୍ଷା ଜଳ ରାସ୍ତାରେ ଚାଲିଲେ ମୋର ଦୋଷ.. ଛି ଛି.. ହେ ମଣିଷ ଭାଇ ଯାଅ ଆଗ ନିଜ ଘରୁ ଅଭିଯାନ ଆରମ୍ଭ କର । ଅଳିଆ ଆବର୍ଜନା ଡ୍ରେନରେ ନୁହେଁ ଅଳିଆଗଦାରେ ପକାଅ । ନହେଲେ ତୁମ ପରି ମୁଁ ବି ପ୍ରତିବର୍ଷ ଏମିତି ରାସ୍ତା ଖୋଜୁଥିବି ବାହାରିବାକୁ, ଆଉ ତମ ରାସ୍ତା ବନ୍ଦ କରୁଥିବି.. ହାଁ

ଅଧିକ ପଢନ୍ତୁ-

ଆମିଷ କିଣିଲେ ସ୍ତ୍ରୀ ତଡୁଛି; ପରିବା ବଜାରରେ ନିଆଁ ଲାଗିଛି

କାର୍ଟୁନ୍- ଦେବାଶିଷ