ଭୁବନେଶ୍ବର: ଯେପରି ବୁଣିବ, ସେପରି କାଟିବରେ ଧନ ! ତମେ ଯାହା କରିବ, ତମ ପାଇଁ ସେଇଟା ପୁଣି ଲେଉଟିକି ଆସିବ। ଏକଥା ଯଦି ଆମେ ବୁଝି ଯାଆନ୍ତେ ନା ବାଇମନ, ଆଉ କିଛି ଗଣ୍ଡଗୋଳ ଉପୁଜନ୍ତାନିରେ ବାବୁ...!

Advertisment

କ’ଣ ଆଉ କଇମି। ଏ କାର୍ଟୁନଟି ତ ସବୁ ଜଳ ଜଳ ହେଇ କହିଦଉଛି। ଟିକେ ନିରିଖେଇ ଦେଖୁନ, ସବୁ ଜାଣିପାରିବ ମ। ନୋକେ ଗଛ କାଟି ଅଫିସ୍‌, ଘର ତିଆରୁଛନ୍ତି। ହେଲେ ପ୍ରକୃତି କି ଏ କଥା ସହିପାରୁଛି। ତାଙ୍କ ଗଛ କଟା ତାଙ୍କରି ଉପରେ ଭାରୀ ପଡୁଛି। ହୃଦୟଥରା ପ୍ରାକୃତିକ ଦୁର୍ବିପାକ ଘଟୁଛି।

ଯୋଉ ଗଛ କାଟି ପ୍ରାସାଦ ଛିଡ଼ା କରୁଛନ୍ତି; ସେଇ ଗଛର ଅଭାବରେ ହିଁ ପ୍ରକୃତି ତାଣ୍ଡବ ରଚୁଛି। 

ବର୍ଷ ବର୍ଷର ରୋଜଗାର ଆଖି ପିଛୁଳାରେ ଭାସି ଯାଉଛି, ପାଣିରେ ବୁଡ଼ିଯାଉଛି ହୋଟେଲ୍‌, ଘର। ନୋକେ ଜଙ୍ଗଲ ସଫା କରିଦେଲେ। ଭାବିଲେ ବହୁତ ଜାଗା ମିଳିବ ଆମେ ଘର ନିର୍ମାଣ କରିମୁ। ହେଲେ ପ୍ରକୃତି ସେସବୁକୁ ସହିଲେ ସିନ‌ା।

କ୍ଷଣିକରେ ଭାସି ଯାଉଛି ବର୍ଷ ବର୍ଷର ସ୍ବପ୍ନ। ଧୂଳିସାତ୍‌ ହେଉଛି ନବଶ୍ଚୁମ୍ବୀ ପ୍ରସାଦ।ଏହାକୁ ନେଇ ଆଜିର ଆମର ଏକ କାର୍ଟୁନ। ଦିହକୁ ନନେଲେ ଭଲ।

Untitled

କାର୍ଟୁନ: ଦେବାଶିଷ