ମାତ୍ର ଅଧଘଣ୍ଟାର ବର୍ଷାରେ ବି ବୁଡ଼ିଯାଉଛି ଭୁବନେଶ୍ବର। ସହରତଳି ଅଞ୍ଚଳ ଭିନ୍ନ କଥା, ଏହି ବର୍ଷାରେ ଉବୁଟୁବୁ ହୋଇଛି ରାଜଧାନୀର ପ୍ରମୁଖ ରାସ୍ତାଘାଟ। କଲବଲ ହୋଇଛନ୍ତି ରାଜଧାନୀବାସୀଙ୍କ ସହ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଆଗନ୍ତୁକ। ଏହି ବର୍ଷା ବିତ୍ପାତ କେବଳ ରାଜଧାନୀର ଜନଜୀବନକୁ ପ୍ରଭାବିତ କରିନି, ପରିବହନ ସେବାକୁ ବି ଗୁରୁତର ପ୍ରଭାବିତ କରିଛି। ମାଷ୍ଟରକ୍ୟାଣ୍ଟିନ୍, ବାଣୀବିହାର, ରାଜମହଲ ଆଦି ଅଞ୍ଚଳରେ ପାଣି ଜମିବାରୁ ଗାଡ଼ିମୋଟର ଚଳାଚଳ ଠପ୍ ହୋଇଛି ଓ ଗୁରୁତର ଟ୍ରାଫିକ୍ ସମସ୍ୟା ଉପୁଜିଛି। ବସ୍, ଚାରିଚକିଆ, ତିନିଚକିଆ, ଦୁଇଚକିଆ ସହ ଲୋକେ ଘଣ୍ଟା ଘଣ୍ଟା ଭିଡ଼ରେ ଫସି କଲବଲ ହୋଇଛନ୍ତି। ଜନପଥ ଓ ଅନ୍ୟାନ୍ୟ ଜାଗାରେ ଦୁଇଚକିଆ ଗାଡ଼ି ଭାସିଯିବାର ବି ଦେଖିବାକୁ ମିଳିଛି। ବମିଖାଲ, ରସୁଲଗଡ଼, ରାଜମହଲ, ବାଣୀବିହାର, ପାୱାର ହାଉସ୍ ଛକ, ଇସ୍କନ୍ ମନ୍ଦିର ସମ୍ମୁଖ ରାସ୍ତା, ସବୁଠି ସ୍ଥିତି ସମାନ। ସବୁଠି ଅଢ଼େଇରୁ ୩ ଫୁଟ ଉଚ୍ଚରେ ପାଣି ଲହଡ଼ି ମାରିଛି। ତାହାକୁ ନେଇ ଆଜିର କାର୍ଟୁନ।
ପାଣିରେ ଯାଉଛି ବୁଡ଼ି; କେମିତି ଚାଲିବ ଗାଡ଼ି?
ମାତ୍ର ଅଧଘଣ୍ଟାର ବର୍ଷାରେ ବି ବୁଡ଼ିଯାଉଛି ଭୁବନେଶ୍ବର। ସହରତଳି ଅଞ୍ଚଳ ଭିନ୍ନ କଥା, ଏହି ବର୍ଷାରେ ଉବୁଟୁବୁ ହୋଇଛି ରାଜଧାନୀର ପ୍ରମୁଖ ରାସ୍ତାଘାଟ। କଲବଲ ହୋଇଛନ୍ତି ରାଜଧାନୀବାସୀଙ୍କ ସହ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଆଗନ୍ତୁକ।
/sambad/media/media_files/2025/10/09/untitled-2025-10-09-15-26-26.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)